ବ୍ୟାଙ୍କ ଶାଖାରେ ସନ୍ଦିଗ୍ଧ ଭାବେ ବୁଲୁଥିବା ୩ ଯୁବକ ଅଟକ, ତଦନ୍ତ ଜାରି…

add-all

anandpur

ଘଷିପୁରା: ବ୍ୟାଙ୍କ ଅଫ ଇଣ୍ଡିଆ ଘଷିପୁରା ଶାଖାରେ ସନ୍ଦିଗ୍ଧ ଭାବେ ବୁଲୁଥିବା ୩ ଜଣ ଯୁବକଙ୍କୁ ଉଠାଇ ନେଲା ଘଷିପୁରା ପୋଲିସ। ଘଷିପୁରା ଅଞ୍ଚଳରେ ଦିନକୁ ଦିନ ଚୋରି, ରାହାଜାନି ବଢିବାକୁ ଲାଗିଥିବା ବେଳେ ଏଥିପ୍ରତି ସଜାଗ ରହିବାକୁ ତୀକ୍ଷ୍ଣ ନଜର ରଖିଛି ପୋଲିସ ବିଭାଗ। ଆଜି ସକାଳୁ ଏହି ୩ ଜଣ ଯୁବକ ଏକ ବାଇକରେ ଆସି ଏଣେତେଣେ ବୁଲିବା ପରେ ବ୍ୟାଙ୍କ ଅଫ ଇଣ୍ଡିଆରେ ଅନେକ ସମୟ ବସିଥିଲେ ଯାହାଜୁ ନେଇ ପୋଲିସର ସନ୍ଦେହ ବଢ଼ିଥିଲା।

ତେବେ ଯୁବକମାନେ ଯାଜପୁର ଜିଲ୍ଲା ଟମକା ଥାନା ଶନ୍ତରାଗାଡ଼ିଆର କହୁଥିବା ବେଳେ atm କାର୍ଡ ନିମନ୍ତେ ବ୍ୟାଙ୍କ ଆସିଥିବା କହୁଛନ୍ତି । ହେଲେ ପୋଲିସ ତାଙ୍କର ବେଶ ଭୁଷା ଚାଲି ଚଳଣିକୁ ଲକ୍ଷ କରିବା ସହିତ ସଠିକ କାଗଜପତ୍ର ନପାଇବାରୁ ତାଙ୍କୁ ଉଠାଇ ନେଇ ପଚରା ଉଚୁରା କରୁଛି।

ad-week
Leave A Reply

Your email address will not be published.