୯୭% ୨୦୦୦ ଟଙ୍କିଆ ନୋଟ ଫେରିଆସିଲାଣି : ରିଜର୍ଭ ବ୍ୟାଙ୍କ

add-all

ere

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର କହିଛି ଯେ, ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଇତି ମଧ୍ୟରେ ଫେରସ୍ତ ଆସିଯାଇଛି । ଏହା ସହିତ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଦେଇଛନ୍ତି ଯେ ୨୦୦୦ ଟଙ୍କିଆ ନୋଟ୍ ଏବେ ବି ବୈଧ ରହିଛି, ଅର୍ଥାତ ତାହା ଅଚଳ ହୋଇନାହିଁ ।

ରିଜର୍ଭ ବ୍ୟାଙ୍କର ସୂଚନା ଅନୁସାରେ, ୨୦୨୩ ମେ’ ୧୯ ରେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା ହେବା ବେଳକୁ ପ୍ରଚଳନରେ ଥିବା ୨୦ ଟଙ୍କିଆ ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା, ଯାହା କି ନଭେମ୍ବର ୩୦, ୨୦୨୩ରେ କାରବାର ଶେଷ ହେବା ବେଳକୁ ୯,୭୬୦ କୋଟି ଟଙ୍କାକୁ ହ୍ରାସ ପାଇଛି। ତେଣୁ ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୧୯ ମେରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର ସଂପର୍କରେ ଘୋଷଣା କରାଯାଇଥିଲା । ଏଥିପାଇଁ ସେପ୍ଟେମ୍ବର ୩୦ ଶେଷ ତାରିଖ ଥିଲା । ପରେ ତାହାକୁ ଅକ୍ଟୋବର ୯କୁ ବୃଦ୍ଧି କରାଯାଇଥିଲା । ଶେଷ ତାରିଖ ପରେ ଏବେ ବି ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ଶାଖାମାନଙ୍କରେ ୨୦୦୦ ଟଙ୍କିଆ ନୋଟ ବଦଳ ଜାରି ରହିଛି । ଏହାଛଡ଼ା ଡାକ ମାଧ୍ୟମରେ ରିଜର୍ଭ ବ୍ୟାଙ୍କକୁ ଏହି ନୋଟ ପଠାଇ ବଦଳ କରିହେଉଛି ।

ad-week
Leave A Reply

Your email address will not be published.