ବିଳମ୍ବିତ ରାତିରେ ସ୍କୁଟି ଦୁର୍ଘଟଣା, ଯୁବକ ମୃତ

add-all

ଦାରିଙ୍ଗବାଡ଼ି, ୧/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପର୍ତ୍ତମାହା ପଞ୍ଚାୟତ କଟାବାଡି ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏକ ସ୍ମୃଟି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମର ପ୍ରକାଶ ପ୍ରଧାନଙ୍କ ବଡ଼ ପୁଅ ସମୀର ପ୍ରଧାନ (୨୨) ବୋଲି ଜଣାପଡିଛି । ସୂଚନା ମୁତାବକ ସୁଲୁମାହା ଗ୍ରାମର ସମୀର ପ୍ରଧାନ ଗତକାଲି କୌଣସି କାମରେ ପର୍ତ୍ତମହା ଗ୍ରାମ ପଞ୍ଚାୟତର ରାଣୀପାଙ୍ଗା ଗ୍ରାମ ଅଞ୍ଚଳକୁ ଯାଇ ରାତିରେ ଫେରୁଥ‌ିବା ବେଳେ କଟାବାଡି ଗାଁ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ପଥରରେ ବାଡେଇ ହୋଇ ଯାଇଥିଲା। ଯାହାରି ଫଳରେ ଘଟଣା ସ୍ଥଳରେହିଁ ମୃତ୍ୟୁ ଘଟିଥିଲା। ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା କାରଣରୁ କେହି ଜାଣିପାରି ନଥିଲେ । ସକାଳୁ ଗ୍ରାମବାସୀ ମାନେ ସ୍କୁଟି ରାସ୍ତା ଉପରେ ପଡି ରହିଥ‌ିବା ବେଳେ ରାସ୍ତା କଡରେ ମୃତ ଦେହକୁ ଦେଖି ପୋଲିସ ଓ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଲିସଙ୍କୁ ସୂଚନା ଦେଇଥିଲେ। ଦାରିଙ୍ଗବାଡ଼ି ଥାନା ଅଧିକାରୀଙ୍କ ନେତୃତ୍ୱରେ ଏ.ଏସ.ଆଇ ଅର୍ଜୁନ ଶବର ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିବାକୁ ପଠାଇବା ସହିତ ସ୍କୁଟିକୁ ଜବତ କରିଛି। ଏନେଇ ପୋଲିସ ମାମଲା ନଂ ୨୧୦/୨୩ ରୁଜୁକରି ଘଟଣାର ଅଧିକ ତଦନ୍ତ ରଖିଥିବା ସୂଚନା ରହିଛି। ।

ad-week
Leave A Reply

Your email address will not be published.