ଭିତରକନିକାରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ତରଫରୁ ଆଜି କନିକା ରେଞ୍ଜ ପରିସର ମଧ୍ୟରେ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା କାର୍ଯକ୍ରମ କରାଯାଇଥିଲା। ଏଥିରେ ତାଳଚୁଆ ଟ୍ରଲର ଆସୋସିଏସନ୍ ର ମାଲିକ, ଡ୍ରାଇଭର, ପାରମ୍ପରିକ ମତ୍ସ୍ୟଜୀବୀ , ଯନ୍ତ୍ର ଚାଳିତ ବୋଟ ସଂଘର ସମସ୍ତ ମାଲିକ, ଡ୍ରାଇଭର, ପରିବେଶବିତ୍ ଏବଂ ବୁଦ୍ଧିଜୀବି ମାନେ ଅଂଶ ଗ୍ରହଣ କରି କଇଁଛ ସୁରକ୍ଷା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ଭାବରେ ବନଖଣ୍ଡ ଅଧିକାରୀ ଶ୍ରୀ ସୁଦର୍ଶନ ଗୋପୀନାଥ ଯାଦବ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ।

ଅନ୍ୟ ଅତିଥି ଭାବେ ଏସିଏଫ ଶ୍ରୀ ଗଗନବିହାରୀ ମଲ୍ଲିକ ଓ ମିସ୍ ପୁନମ ହିରା ହାଁସଦା , ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ ରାଜନ କୁମାର ଵେହେରା, , କେନ୍ଦ୍ରାପଡା ଇକୋ କ୍ଲବର ସଂଯୋଜକ ଶ୍ରୀ ଗୋପିନାଥ ଦାସ ଯୋଗଦେଇ କ଼଼ଇଁଛଙ୍କ ସୁରକ୍ଷା ନେଇ ଆଲୋକ ପାତ କରିଥୀଲେ, ଉପେନ୍ଦ୍ର ନାଥ ସ୍ୱାଇଁ, ଅବସର ପ୍ରାପ୍ତ ଶିକ୍ଷକ, ଶ୍ରୀ ଓମ୍ ପ୍ରକାଶ ବାରିକ ନାଗ ନାରାୟଣ ବିଦ୍ୟାଳୟ ର ଶିକ୍ଷକ ପ୍ରମୁଖ କଇଁଛ ସୁରକ୍ଷା ଉପରେ ନିଜ ବକ୍ତବ୍ୟ ରଖିଥିଲେ। ଶ୍ରୀ ପ୍ରସନ୍ନ କୁମାର ନାୟକ ଗବେଷକ ସଭା ପରିଚାଳନା କରିଥିଲେ ଏବଂ ଶ୍ରୀ ମାନସ କୁମାର ଦାସ ବନାଞ୍ଚଳ ଅଧିକାରୀ ଧନ୍ୟବାଦ୍ ଜଣାଇବା ସହିତ ସମସ୍ତ ଟ୍ରଲର ମାଲିକ ଏବଂ ବୋଟ ମାଲିକ , ଡ୍ରାଇଭର ମାନଙ୍କୁ କଇଁଛ ଓ ଡଲଫିନ ମାନଙ୍କୁ ସୁରକ୍ଷା ଦେବା ଉପରେ ସହଯୋଗ ର ହାତ ବଢ଼ାଇବା ପାଇଁ କହିଥିଲେ। ଏହିby କାର୍ଯକ୍ରମ କୁ ଶ୍ରୀ ପ୍ରଶାନ୍ତ କୁମାର ସିଂ ଫରେଷ୍ଟର ଡ଼ାଙ୍ଗମାଳ, ଶ୍ରୀ ଲକ୍ଷ୍ମୀଧର ବାରିକ ଫରେଷ୍ଟର ଏବଂ ସମସ୍ତ ବନକର୍ମଚାରି ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.