ଏକାଦିନେ ବାପ ପୁଅଙ୍କ ଦୁଃଖଦ ଏକାଦଶାହରେ ଯୋଗ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଲେ ଅଂଶୁମାନ

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ଖଣତା ଗ୍ରାମପଞ୍ଚାୟତ ବାଲିଝରି ଗ୍ରାମର ଗଗନ ବିହାରୀ ମହାନ୍ତିଙ୍କ ବଡ ଭାଇ ସ୍ବର୍ଗତ ତ୍ରୈଲୋଚନ ବିହାରୀ ମହାନ୍ତି ଏବଂ ତାଙ୍କ ପୁଅ ରୁଦ୍ର ପ୍ରସାଦ ମହାନ୍ତିଙ୍କର ଗୋଟିଏ ଦିନରେ ଅଶ୍ରୁଭରା ଦୁଃଖଦ ଏକାଦଶାହରେ ପ୍ରାକ୍ତନ ବିଧାୟକ ତଥା ସମସ୍ତଙ୍କ ସୁଖଦୁଖର ସ୍ନେହି ସାଥୀ ଅଂଶୁମାନ ମହାନ୍ତି ତାଙ୍କ ଵାସଭଵନରେ ପହଁଚି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ପରେ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇ ଶ୍ରୀ ଜଗନ୍ନାଥ ସେମାନଙ୍କୁ ଅସୀମ ସାହାସ ଓ ଧର୍ଯ୍ୟ ଦିଅନ୍ତୁ ଏହି କାମନା କରିଥିଲେ।ଅଂଶୁମାନଙ୍କ ସହିତ ବହୁ ଶୁଭେଛୁ ଓ ଦଳୀୟ କର୍ମୀ ଯୋଗ ଦେଇଥିବା ବେଳେ ଜିଲ୍ଲାପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ସାହୁ,ଡିଲରସଂଘର ରମେଶ ଲାଲ, ରମେଶ ପାତ୍ର, ସମତି ସଭ୍ୟ ପ୍ରଶାନ୍ତ କୁମାର ରାଉତ, ସରୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.