ଶିକ୍ଷାବିତ ତଥା ନଗର ବିଜେଡି ସଭାପତିଙ୍କ ପରଲୋକ…

add-all

ହିଞ୍ଜିଳିକାଟୁ : ଗୁରୁବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ନଗର ବିଜେଡି ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ବେହେରାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରାତ୍ର ପ୍ରାୟ ସାଢେ ୧୨ ଘଣ୍ଟା ସମୟରେ ଚିକିତ୍ସାଧିନ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ବର୍ଗତ ବେହେରା ୧୯୭୦ ମସିହା ଜୁନ ୨୪ ତାରିଖରେ ହିଞ୍ଜିଳିକାଟୁ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ।

୨୦୦୧ ମସିହା ମାର୍ଚ୍ଚ ମାସରେ ପ୍ରଧାନ ଶିକ୍ଷକ ପଦବୀରୁ ଅବସର ଗ୍ରହଣ କରିଥିଲେ। ୨୦୦୮ ମସିହାରେ ରାଜନୀତିରେ ଯୋଗଦେଇ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ୨୦୧୩ ମସିହା ଠାରୁ ୨୦୨୩ ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ ଧରି ନଗର ବିଜେଡି ସଭାପତି ଭାବେ ସଫଳତାର ସହ ଦାୟିତ୍ଵ ନିର୍ବାହ କରି ଆସୁଥିଲେ। ସେ ଜଣେ ଛାତ୍ରବତ୍ସଳ, ମେଳାପୀ ଓ ମିଷ୍ଟଭାଷୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ସ୍ବର୍ଗତ ବେହେରାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ଜନପ୍ରତିନିଧି, ବୁଦ୍ଧିଜୀବୀ, ପ୍ରଶାସନିକ ଅଧିକାରୀ, ଆଇନଜୀବୀ, ଶିକ୍ଷାର୍ଥୀ, ଶିକ୍ଷକ, ଶିକ୍ଷୟିତ୍ରୀ ସାମ୍ବାଦିକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ସ୍ବର୍ଗତ ବେହେରାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଓ ଜଳୀୟ ପତକା ପକାଇ ଏକ ଶୋଭାଯାତ୍ରାରେ ନେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଆସିକା ସାଂସଦ ପ୍ରମିଳା ବିଷୋୟୀ, ପୌରାଧ୍ୟକ୍ଷ ସୁବାଷ ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଶିବରାମ ଗୌଡ, ପ୍ରାକ୍ତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ବିଡ଼ିଓ ସୁବ୍ରତ କୁମାର ଜେନା, ନିଳମଣି ପଟ୍ଟନାୟକ, ପ୍ୟାରୀମୋହନ ପାଢିଙ୍କ ସମେତ କାଉନସିଲର, ପ୍ରଶାସନିକ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ ଉପସ୍ଥିତ ଥିଲେ। ସ୍ବର୍ଗତ ବେହେରାଙ୍କ ବିୟୋଗରେ ବିଜେଡି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ, ବୁଦ୍ଧିଜୀବୀ ସମେତ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକରେ ଛାୟା ଖେଳିଯାଇଛି।

ad-week
Leave A Reply

Your email address will not be published.