ମହାବନ୍ଧରେ ବୁଡି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

add-all

ଦେବଗଡ଼,୧ା୧୨: ଦେବଗଡ ଥାନା ଅନ୍ତର୍ଗତ ତିଲେଇବଣି ବ୍ଲକ ସଦର ମହକୁମାରେ ଥିବା ମହାବନ୍ଧ ପାଣିରେ ବୁଡି ଗଣ୍ଡମ ଗ୍ରାମର ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି ।ମୃତ ଯୁବକ ଜଣକ ଗଣ୍ଡମ ଗ୍ରାମର ଶରତ କାଲୋଙ୍କ ପୁଅ ସୁରେଶ କାଲୋ (୩୮) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ତିଲେଇବଣି ସ୍ଥିତ ବିଦ୍ୟୁତ ଗ୍ରିଡ କାର୍ଯ୍ୟାଳୟରେ କାର୍ଯ୍ୟରତ ସୁରେଶ ତିଲେଇବଣିରେ ଏକ ଭଡା ଘରେ ରହୁଥିବା ବେଳେ ଆଜି ଗାଧୋଇବା ପାଇଁ ଉକ୍ତ ମହାବନ୍ଧକୁ ଯାଇଥିଲେ । ତେବେ କୌଣସି କାରଣରୁ ସେ ଉକ୍ତ ମହାବନ୍ଧର ପାଣିରେ ବୁଡି ଯାଇଥିଲେ । ତାଙ୍କର ମୃତଦେହ ମହାବନ୍ଧ(ପୋଖରୀ)ରେ ଭାସୁଥିବା ଦେଖ ସ୍ଥାନୀୟ ଲୋକେ ତିଲେଇବଣି ଫାଣ୍ଡି ପୋଲିସ କୁ ସୂଚନା ଦେଇଥିଲେ । ସୂଚନା ପାଇ ତିଲେଇବଣି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଂଚିବା ସହ ପରିବାର ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଦେବଗଡ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ଏଥିସହ ଏନେଇ ପୋଲିସ ଏକ ଅପମୃତ୍ୟୂ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

ad-week
Leave A Reply

Your email address will not be published.