ସୁଗୁଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‌ଯାପିତ

add-all

ଦେବଗଡ଼,୧ା୧୨:ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ସହାୟତାରେ ତିଲେଇବଣି ବ୍ଲକ ସୁଗୁଡା ସ୍ଥିତ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୧୮ ତାରିଖ ଦିନ ଆରମ୍ଭ ହୋଇଥିବା ‘ନୂଆଁ ଓ ଯୁବ ଓଡିଶା ନବୀନ ଓଡିଶା’ ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ଦେବତାଙ୍କ ସଭାପତିତ୍ୱ ଓ ପ୍ରୋଗ୍ରାମ ଅଫିସର ରଞ୍ଜନ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଂଜରୀ ଦେଇ,ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସିଦ୍ଧାର୍ଥ ଗୁରୁ, ସୁଗୁଡା ଗ୍ରାମ ପଂଚାୟତର ସରପଂଚ କୁନୁ ବେହେରା ଓ ପରିଚାଳନା ସମିତିର ପ୍ରାକ୍ତନ ସଦସ୍ୟ ଡମ୍ବରୁଧର ପ୍ରଧାନ ଯୋଗଦେଇ ‘କ୍ରୀଡା ପାଇଁ ଯୁବ ଶକ୍ତି …. ରାଜ୍ୟର ବଡ ଶକ୍ତି’ ପ୍ରସଙ୍ଗରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଇଂରାଜୀ ଅଧ୍ୟାପିକା ଦେବଯାନୀ କର, ଓଡିଆ ଅଧ୍ୟାପିକା ସୁବ୍ରତା ସାହୁ, ଅର୍ଥନୀତି ବିଭାଗ ଅଧ୍ୟାପକ ବିଜୟ କୁମାର ଶତପଥି , ଶିକ୍ଷା ବିଭାଗ ଅଧ୍ୟାପକ ବିଜୟ କୁମାର ପ୍ରଧାନ , ଜନସନ ସ୍ୱାଇଁ ଓ କ୍ରୀଡା ଶିକ୍ଷକ କାଶୀନାଥ ଶବର ମଂଚାସୀନ ଥିଲେ । ଶେଷରେ ଇଂରାଜୀ ଅଧ୍ୟାପିକା ଦେବଯାନୀ କର ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ଅନୁଷ୍ଠାନର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରାଯାଇଥିଲା । ସଭା ପ୍ରାରମ୍ଭରେ ମଧ୍ୟ ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଅନୁଷ୍ଠାନର କର୍ମଚାରୀ ରଞ୍ଜନ କୁମାର ବିଶ୍ୱାଳ, ପ୍ରତାପ ଚନ୍ଦ୍ର ପ୍ରଧାନ, କିଶୋର ଚନ୍ଦ୍ର ମହାକୁଳ, ମନୋଜ କୁମାର ସାହୁ, ସୀତାକାନ୍ତ ସାହୁ,ଜୟକୃଷ୍ନ ସାହୁ ଓ ନରେନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.