
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ବ୍ୟାଙ୍କ କଲୋନୀ ୧୪୩ ନଂ ଜାତୀୟ ରାଜପଥ ଉପରେ ଏକ ମାଲବାହୀ ଟ୍ରେଲର ଓ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ ! ସୂଚନା ଅନୁଯାୟୀ ଟ୍ରେଲର ନଂ PB 13B 6287 ଝାଡ଼ଖଣ୍ଡ ପଟୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବାଇକ ନଂ CG 14M P1694 କୁ ମୁହାଁମୁହିଁ ଧକ୍କା ଦେଇଥିବା ବେଳେ ବାଇକ ଚାଳକ ସୁନିତ ଟେଟେ ୨୧ ବର୍ଷ ଓ ସୁନୀଲ କଚୁଆ ୧୮ ବର୍ଷ ଛିଟିକି ପଡ଼ିଥିଲେ ! ବାଇକ ଟି ଟ୍ରେଲର ପଛ ଚକା ତଳେ ଆସିବା ସହ ସୁନୀଲର ଗୋଡ ଉପରେ ଚଡି ଯାଇଥିଲା ! ସ୍ଥାନୀୟ ଲୋକେ ବୀରମିତ୍ରପୁର ପୁଲିସକୁ ଖବର ଦେବା ସହ ଗୁରୁତରଙ୍କୁ ଚିକିତ୍ସା ପାଇଁ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ ! ସେଠାରେ ସୁନୀଲଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ରାଉରକେଲା ର ଏକ ଘରୋଇ ହସ୍ପିଟାଲ ଜୟ ପ୍ରକାଶକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି !ଦୁଇ ଯୁବକ ଅନ୍ଧାରୀ ପଞ୍ଚାୟତର ବାଲି ଜଣା ପଡ଼ିଛି ! ବୀରମିତ୍ରପୁର ପୋଲିସ ବାଇକ ଓ ଟେଲର କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି !