ଚିକିଟି ବ୍ଲକର ଖରଖରିଆ ବାଲିଘାଟରୁ ଶହଶହ ଟ୍ରକ ବାଲି ଆନ୍ଧ୍ରକୁ ଚାଲାଣ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ଏବେ କୋଦଳା ଜେଲ ରେ ଏବେ ଚିକିଟି ବ୍ଲକ ର ଖର ଖରିଆ ବାଲି ଘାଟ ଏବେ ମାଫିଆ ଓ ବାବୁ ମାନଙ୍କ ପାଇଁ ପୁଷ ମାସ ପାଲଟିଛି। ଆସିକା, ପୁରୁଷୋତ୍ତମପୁର ଓ ହିଞ୍ଜିଳି ଅଞ୍ଚଳ ରୁ ଚୋରା ବାଲି ଚାଲାଣ ଆନ୍ଧ୍ର କୁ ବନ୍ଦ ରହିଛି। ଏହାର ସୁଯୋଗ ନେଇଦାୟିତ୍ୱ ରେ ଥିବା ଅଧିକାରୀ ଏବଂ ବାଲି ମାଫିଆ ଙ୍କ ମିଲି ଭାଗତ ରେ ଆନ୍ଧ୍ରପ୍ରଦେଶ କୁ ଦୈନିକ ଶହ ଶହ ଟ୍ରକ ଓ ହାଇୱା ରେ ଦିନ ଦିପହରେ ଚାଲାଣ ହେଉଥିବା ନେଇ ଚର୍ଚ୍ଚା ହେଉଛି। ସମ୍ରାଟ ଜେଲ ରେ ଥାଇ ମଧ୍ୟ ତାର ନେଟୱାର୍କ ପୁଣି ଚାଲିଥିବା ନେଇ ଜିଲ୍ଲା ପ୍ରଶାସନ ପାଖରେ ଖବର ନାହିଁ କି ବୋଲି ଚର୍ଚ୍ଚା ହେଲାଣି। ମଦ ଠାରୁ ଅଧିକ ଲାଭ ଏବେ ବାଲି ବ୍ୟବସାୟ ରେ ବାଲି ଗରିବ ଗୁରୁବା ଠାରୁ ଧନୀକଶୀଳ ବ୍ୟକ୍ତି ଙ୍କ ଗୃହ ନିର୍ମାଣ ଠାରୁ ଠିକାଦାର ମାନଙ୍କ ବିଭିନ୍ନ କାର୍ଯ୍ୟ ରେ ଲାଗୁଥିବା ଯୋଗୁଁଏହାର ଚାହିଦା ରହିଛି। ଏହି ଚୋରା ବାଲି ବ୍ୟବସାୟ ରେ ନେତା ମାନେ ମଧ୍ୟ ସିଧା ସମ୍ପୃକ୍ତ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ନେତା ମାନଙ୍କ ସମ୍ପୃକ୍ତି ଯୋଗୁଁ ଅଧିକାରୀ ମାନେ ହାତ ମାରିବାକୁ ସାହସ କରିପାରୁନାହାନ୍ତି। ଏପଟେ ବାବୁ, ନେତା ଓ ମାଫିଆ ମାଲେ ମାଲ ସେପଟେ ସରକାର ଙ୍କ ରାଜସ୍ୱ ଲୁଟ ଚାଲିଥିବା ନେଇ ଚର୍ଚ୍ଚା ହେଉଛି। ଆଉ କେବେ ଚେତିବେ ସରକାର ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

ad-week
Leave A Reply

Your email address will not be published.