ରିହାତି ଦରରେ କୃଷି ଯନ୍ତ୍ରପାତି ବଣ୍ଟନ କାର୍ଯ୍ୟକ୍ରମ

add-all

ଦାରିଙ୍ଗବାଡ଼ି , ୨/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି କୃଷି କାର୍ଯ୍ୟାଳୟରେ ରିହାତି ଦରରେ କୃଷି ଯନ୍ତ୍ରପାତି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବ୍ଲକ ସ୍ତରୀୟ କୃଷି ଯନ୍ତ୍ରପାତି ବଣ୍ଟନ କାର୍ଯ୍ୟକ୍ରମ ରେ ବ୍ଲକ କୃଷି ଅଧିକାରୀ ସୀତାନ୍ସୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥିଭାବେ ଜି. ଉଦୟଗିରି ବିଧାୟକ ତଥା ଉପ ବାଚସ୍ପତି ସାଲୁଗା ପ୍ରଧାନ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଛନ୍ତି। ୧୧ ଗୋଟି ମହିଳା ଦଳକୁ କୃଷି ଯନ୍ତ୍ରପାତି ବଣ୍ଟନ କରି ଥିବା ବେଳେ ଆହୁରି ୪୨ ଗୋଟି ମହିଳା ଦଳ କୁ ଦିଆଯିବା ଯୋଜନା ରହିଛି । ବ୍ଲକ ରେ ସମୁଦାୟ ୫୩ ଗୋଟି ମହିଳା ସଂଘକୁ ରିହାତି ଦରରେ କୃଷି ଯନ୍ତ୍ରପାତି ଦିଆଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହିରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ବରିଷ୍ଠ ଶିକ୍ଷକ ବିଦେଶୀ ନାୟକ, ସାଂସଦ ପ୍ରତିନିଧି ଅକ୍ଷୟ ନାୟକ, ବିଧାୟକ ପ୍ରତିନିଧି ଦିପକ କୁମାର ସାହୁ ପ୍ରମୁଖ ମଞ୍ଚାସିନ ଥିଲେ I କାର୍ଯ୍ୟକ୍ରମରେ ସହକାରୀ କୃଷି ଅଧିକାରୀ ଅଶ୍ଲେଷା ରଥଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.