ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦରେ ଯୁବକର ମୃତ୍ୟୁ

add-all

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ଗ୍ରାମ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗ୍ରାମର ଶିତାକାନ୍ତ ଚଣ୍ଡଙ୍କ ପୁଅ ସତ୍ୟବ୍ରତ ଚଣ୍ଡ (21 ବର୍ଷ) ସୁଦୂର ହାଇଦ୍ରାବାଦରେ ଦାଦନ ଖଟିବାକୁ ଯାଇ ତାଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ସତ୍ୟବ୍ରତଙ୍କ ପରିବା ବହୁତ ଅଭାବ ଶ୍ରେଣୀର ହୋଇଥିବାରୁ ସେ ଓ ତାଙ୍କ ବାପା ଦୁହେଁ ପରିବାର ପ୍ରତିପୋଷଣ ପାଇଁ ସୁଦୂର ହାଇଦ୍ରାବାଦ ସ୍ଥିତ ନିଜାମପଲ୍ଲିରେ ଆଜକୁ ତିନିବର୍ଷ ହେବ ଦାଦନ ଶ୍ରମିକ ଭାବେ କାର୍ଯ୍ୟକରି ଆସୁଥିଲେ ହେଲେ ଗୁରୁବାର ଦିନ ଅପରାହ୍ନରେ କାମକରୁଥିବା ବେଳେ ଯୁବକ ସତ୍ୟବ୍ରତ ବିଦ୍ୟୁତ ସ୍ପର୍ଶରେ ଆସି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ନିଜ ପୁଅର ଏପରି ମୃତ୍ୟୁ ଘଟଣାରେ ବାପା ଶିତାକାନ୍ତ ଭାଙ୍ଗି ପଡ଼ିଥିବା ବଳେ ଘରେ ଥିବା ଦୁଇ ଭଉଣୀ ଓ ମା ର ଆଖିରୁ ଲୁହ ଶୁଖୁନି ପୁଣି ପୂର୍ବପରି ପୁଅର ଫେରିବା ବାଟକୁ ମା ଓ ଦୁଇ ଭଉଣୀ ଚାହିଁ ବସିଛନ୍ତି। ଅନ୍ୟ ପଟେ ଯୁବକର ମୃତ୍ୟୁ ଖବର ଶୁଣି ଗାଁ ରେ ଶୋକରଛାୟା ଖେଳିଯାଇଛି ଓ ଏହି ପରିବାର ଅଭାବୀ ଶ୍ରେଣୀର ହୋଇଥିବାରୁ ଏବେ ଏହି ପରିବାରକୁ ସରକାର ଆର୍ଥିକ ସାହାଯ୍ୟ ଯୋଗାଇ ଦିଅନ୍ତୁ ବୋଲି ଗ୍ରାମ ବାସୀ ଦାବୀ କରୁଛନ୍ତି।

ad-week
Leave A Reply

Your email address will not be published.