ଆସିକାରେ ବେଧଡ଼କ ଚାଲିଛି ଚୋରା ବାଲି ବେପାର !

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ଏବେ ଜେଲ ରେ ହେଲେ ଏବେବି ଚାଲିଛି ଚୋରା ବାଲି ବେପାର । ଆସିକା ସହର ରେ ଉଭୟ ପାର୍ଶ୍ଵରେ ଋଷିକୂଲ୍ୟା ଓ ବଡ଼ ନଦୀ ପ୍ରବାହିତ ଏହି ଦୁଇ ନଦୀର ବାଲିର ଚାହିଦା ଜିଲ୍ଲା ସମେତ ଜିଲ୍ଲା ବାହାରେ ରହିଛି। ଏହି ବ୍ୟବସାୟ ରେ ମାତ୍ରାଧିକ ଲାଭ ଯୋଗୁଁ ଏହା ପଛରେ ନେତା ଠାରୁ ଆରମ୍ଭ କରି ପ୍ରଶାସନିକ ଲଅଧିକାରୀମାନେ ମାଫିଆଙ୍କ ସହ ସଲା ସୁତାର କରି ସରକାର ଙ୍କ ରାଜସ୍ୱ ଲୁଟୁଥିବା ନେଇ ସବୁଆଡ଼େ ଚର୍ଚ୍ଚା ହେଉଛି। ଦାୟିତ୍ୱ ରେ ଥିବା ବା ସହର ର ସୁରକ୍ଷା ନେଇଥିବା ବାବୁ ମାନେ ନିଜେ ଏହି ଘୋଟଲା ରେ ସମ୍ପୃକ୍ତି ଥିବା ଘଟଣା ହାଟରେ ପଡ଼ି ଦାଣ୍ଡର ଗଡୁଛି ବୋଲି ସର୍ବତ୍ର ଚର୍ଚ୍ଚା ହେଉଛି।

ଆଜି ଭୋରରେ ଆସିକା ସୁନାମ୍ବସାହି ନିକଟରେ ଥିବା ବେଆଇନ ବାଲି ଘାଟ ରୁ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ହେଉଥିବା ବେଳେ ପୋଲିସ ହାବୁଡ଼ ରେ ପଡ଼ିଥିଲା। ପୋଲିସ ଟ୍ରାକ୍ଟର ଓ ତାର ଡ୍ରାଇଭେର କୁ ଅଟକ ରଖି ଜେରା କରୁଥିବା ଜଣାପଡିଛି। ଏହି ଖବର ପ୍ରଚାର ହେବା ପରେ ଦଲାଲ ଠାରୁ ନେତା ମାନେ ଉକ୍ତ ଘଟଣା କୁ ରଫା ଦଫା କରିବାକୁ ପ୍ରୟାସ ଆରମ୍ଭ କରି ଦେଇଥିବା ଚର୍ଚ୍ଚା ଜୋର ଧରିଛି। ଆସିକା ରେ ଚାଲିଥିବା ବିଭିନ୍ନ ବେଆଇନ କାର୍ଯ୍ୟ ସମ୍ପର୍କରେ ଦୁର୍ନୀତି ନିବାରଣ ବିଭାଗ ନିକଟରେ ଖବର ଅଛି ନା ନାହିଁ ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚନା ହେଉଛି। ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେଉଥିବା ବେଳେ ବାବୁ ମାନେ ଏବେ ଜଣେ ଜଣେ କୁବେର ପଲଟିଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଚାଲିଥିବା ଏହି ଚୋରା ବାଲି ଘୋଟଲା କୁ ଜଣେ ଦକ୍ଷ ଆଇପିଏସ ଓ ଆଇଏସ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିଲେ ସମସ୍ତ ଗୁମର ଖୋଲିବ।

ad-week
Leave A Reply

Your email address will not be published.