ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଇଡି

add-all

ନୂଆଦିଲ୍ଲୀ: ଦିଲ୍ଲୀର ନୂତନ ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ଚାର୍ଜସିଟ୍‌ ଦାଖଲ କରିଛି। ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ)ର ବିଭିନ୍ନ ଧାରା ଅନୁଯାୟୀ ସ୍ଥାନୀୟ ଅଦାଲତରେ ମାମଲା ରୁଜୁ ହୋଇଛି।
ଏହି ମାମଲାରେ ଏହା ଏକ ସପ୍ଲିମେଣ୍ଟାରି ଚାର୍ଜସିଟ୍‌ କାରଣ ଏଜେନ୍‌ସି ପୂର୍ବରୁ ଏଭଳି ପାଞ୍ଚଟି ଅଭିଯୋଗ ଦାଖଲ କରିଥିଲା। ଏବଂ ଏହି ମାମଲାରେ ଆମ୍‌ ଆଦମୀ ପାର୍ଟି (ଆପ୍‌)ର ରାଜ୍ୟସଭା ସାଂସଦ ସିଂହଙ୍କୁ ଇଡି ଗତ ଅକ୍ଟୋବରରେ ଗିରଫ କରିଥିଲା।
ଜଣେ ଅଭିଯୁକ୍ତ ବ୍ୟବସାୟୀ ଦୀନେଶ ଅରୋରା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ବାସଭବନରେ ତାଙ୍କୁ ନଗଦ ୨ କୋଟି ଟଙ୍କା ଦେଇଥିଲେ ବୋଲି ଆଣ୍ଟି ମନି ଲଣ୍ଡରିଂ ଏଜେନ୍‌ସି ଅଭିଯୋଗ କରିଥିଲା। ୨୦୨୧-୨୨ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆପ୍‌ ସାଂସଦଙ୍କୁ ଇଡି ଗିରଫ କରିଥିଲା ଏବଂ ଏହି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପରେ ସେ ଦ୍ୱିତୀୟ ହାଇପ୍ରୋଫାଇଲ ନେତା ଥିଲେ।

ad-week
Leave A Reply

Your email address will not be published.