୬୪,୦୦୦ ଡେଇଁଲା ସୁନା ଦର…

add-all

ନୂଆଦିଲ୍ଲୀ : ଏବେ ଚାଲିଛି ବିବାହ ଋତୁ। ବିବାହ ସିଜନ ଚାଲିଥିବା ବେଳେ ଆକାଶ ଛୁଆଁ ହୋଇଛି ସୁନା ଦର। ହୁ ହୁ ହୋଇ ବଢ଼ି ଚାଲିଛି ସୁନାର ଦାମ। ୧୦ ଗ୍ରାମ ପିଛା ସୁନା ଦାର ୬୪,୦୦୦ ଡେଇଁ ଥିବା ରେକର୍ଡ କରାଯାଇଛି।
ଚେନ୍ନାଇରେ ୨୪ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମ ପିଛା ୬୪, ୫୩୦ ଥିବା ରେକର୍ଡ କରାଯାଇଛି। ୨୨ କ୍ୟାରେଟ୍‌ ସୁନା ଦାମ୍‌ ୫୯, ୧୫୦ ଟଙ୍କା ରହିଛି। ସେହିପରି କୋଲକାତାରେ ସୁନା ଦର ୬୪,୪୧୦ ରହିଛି। ଦିଲ୍ଲୀ ଏନ୍‌ସିଆର୍‌ରେ ୨୪ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମ ପିଛା ୬୩, ୯୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୫୮,୫୦୦ ଟଙ୍କାରେ ପହଞ୍ଚିଛି। ଫଳରେ ସୁନା ପ୍ରେମୀ ଏବେ ସୁନା କିଣିବେ ନା ନାହିଁ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି।
ଅନ୍ୟପଟେ ମୁମ୍ବାଇରେ ୨୪ କ୍ୟାରେଟ୍‌ ସୁନାର ଦାମ୍‌ ୬୩,୭୬୦ ଥିବା ବେଳେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ ପିଛା ୫୮, ୪୫୦ ରହିଛି। ସେହିପରି ଭୁବେନଶ୍ୱରରେ ମଧ୍ୟ ସୁନାର ଦାମ ସମାନ ରହିଛି।
ଶରାଫା ବଜାରର ବ୍ୟବସାୟୀଙ୍କ କହିବା ଅନୁସାରେ ଏବେ ବିବାହ ଋତୁ ଚାଲିଥିବାରୁ ଘରୋଇ ଡିମାଣ୍ଡ ବଢ଼ିଛି। ଆଗକୁ ଆହୁରି ବିବାହ ହେବ। ଏଥିପାଇଁ ସୁନାର ଡିମାଣ୍ଡ ମଧ୍ୟ ବଢ଼ିବ। ତେଣୁ ସେହି ଅନୁସାରେ ଦାମ୍‌ ମଧ୍ୟ ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ମାର୍ଚ୍ଚ ୨୦୨୪ ସୁଦ୍ଧା ସୁନା ଦର ୭୦ ହଜାର ଡେଇଁପାରେ ବୋଲି ମଧ୍ୟ ଆକଳନ କରାଯାଉଛି।

ad-week
Leave A Reply

Your email address will not be published.