ଏସ୍‌ସିବିକୁ ମହିଳାଙ୍କ ମୃତ ଶରୀର ଦାନ କଲେ ପରିବାର ଲୋକେ…

add-all

ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ତାରାମଣି ବେହେରାଙ୍କ ଆଜି ସକାଳେ ପରଲୋକ ହୋଇ ଯାଇଛି । ୬୭ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ତାଙ୍କ ମରଶରୀରକୁ କଟକ ବଡ଼ ମେଡିକାଲକୁ ଦାନ କରିଛନ୍ତି ପରିବାର ଲୋକେ । ତାରାମଣିଙ୍କ ମୃତ୍ୟୁ ପରେ ଦଧିଚି ବିମାନରେ ତାଙ୍କ ମରଶରୀରକୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ନିଆଯାଇ ଶରୀର ତତ୍ତ୍ଵ ବିଭାଗରେ ଦିଆଯାଇଥିଲା । ମେଡିକାଲ ଛାତ୍ର ଛାତ୍ରୀଙ୍କ । ଶିକ୍ଷା ଓ ଗବେଷଣା ପାଇଁ ମର ଶରୀର ପ୍ରଦାନ କରାଯାଇଛି ।

ମାତ୍ର ଦୁଃଖର ବିଷୟ ଯେ ସ୍ୱଚ୍ଛ ପଟଳ ସଂଗ୍ରହ ବନ୍ଦ ଥିବାରୁ ପରିବାରବର୍ଗ ତାରାମଣିଙ୍କ ଆଖି ଦାନ କରିବାକୁ ଚାହିଁଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରି ନାହିଁ। ଭାରତ ଶରୀର ଅଙ୍ଗଦାନ ସମିତି ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟ ଉପସ୍ଥିତ ରହି ପରଲୋକଗତ ତାରାମଣିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବିଶ୍ଵସ୍ତରୀୟ ମେଡିକାଲ କଲେଜରେ ଏଭଳି ଅବ୍ୟବସ୍ଥା ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ତାରାମଣିଙ୍କ ଶରୀର ଦାନ ସମୟରେ କନ୍ୟା ବିଷ୍ଣୁପ୍ରିୟା ଓ କୃଷ୍ଣପ୍ରିୟାଙ୍କ ସମେତ ଆଇନଜୀବୀ ସୁବାସ ମହାନ୍ତି, ଅକ୍ଷୟ ମହାନ୍ତି ଓ ସମାଜସେବୀ ସଞ୍ଜୟ ଦେହୁରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.