ରେଜଲ୍ଟ ପୂର୍ବରୁ ଶୁଭେଚ୍ଛା ଜଣାଇ ନିଲମ୍ବିତ ହେଲେ ତେଲେଙ୍ଗାନା ଡିଜିପି…

add-all

ରେଜଲ୍ଟ ନ ଆସୁଣୁ ଉତ୍ସାହର ସହ ପ୍ରାର୍ଥୀଙ୍କୁ ଜଣାଇଲେ ଶୁଭେଚ୍ଛା। ରୋକି ପାରିଲେନି ନିଜ ଏକ୍ସାଇଟ୍‌ମେଣ୍ଟ। ହାତରେ ଫୁଲତୋଡା ଧରି ଘରେ ପହଞ୍ଚି ଯାଇଥିଲେ। ଏଭଳି କରିବା ଏବେ ତାଙ୍କୁ ମହଙ୍ଗା ପଡିଛି। ଶେଷରେ ନିଲମ୍ବିତ ହୋଇଛନ୍ତି ତେଲେଙ୍ଗାନା ଡିଜିପି ଅଞ୍ଜନୀ କୁମାର।

କେସିଆର୍‌ଙ୍କୁ ପଛରେ ପକାଇ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି ସଭାପତି ରେବନ୍ଥ ରେଡ୍ଡୀ ଆଗରେ ରହିଥିଲେ। ଏହା ସାମ୍ନାକୁ ଆସିବା ପରେ ଖୋଦ୍ ଡିଜିପି ଅଞ୍ଜନୀ କୁମାର ହାତରେ ଫୁଲ ତୋଡା ଧରି ରେବନ୍ଥ ରେଡ୍ଡୀଙ୍କ ବାସ ଭବନରେ ପହଞ୍ଚି ଯାଇଥିଲେ। ସେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ତେବେ ରେଜଲ୍ଟ ଘୋଷଣା ନ ହେବା ପୂର୍ବରୁ ଡିଜିପିଙ୍କୁ ଏଭଳି ଶୁଭେଚ୍ଛା ଜଣାଇବା ଭାରି ପଡିଛି। ତାଙ୍କ ବିରୋଧରେ ନିର୍ବାଚନ କମିଶନ ଆକ୍ସନ ନେଇଛନ୍ତି। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ, ଅଞ୍ଜନୀ କୁମାର ରାଜ୍ୟ ପୁଲିସ ଅଧିକାରୀ ସଞ୍ଜୟ ଜୈନ୍‌ଙ୍କ ସହ ରେବନ୍ଥ ରେଡ୍ଡୀଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଇଥିଲେ। ସେହିପରି ସିଆଇଡି ମୁଖ୍ୟ ଏଡିଜି ମହେଶ ଭଗବତ ମଧ୍ୟ ରେବନ୍ଥ ରେଡ୍ଡୀଙ୍କୁ ଭେଟି ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ।

ad-week
Leave A Reply

Your email address will not be published.