ଦାରିଙ୍ଗବାଡ଼ିରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ…

add-all

ଦାରିଙ୍ଗବାଡ଼ି,୩/୧୨, କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ମହକୁମାରେ ବ୍ଳକ ସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଶରତ ଶବର, ମୁଖ୍ୟ ବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାସାନନ୍ଦ କର, ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକ, ବନମାଳୀ ମାଝୀ, ରାପଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଚାରୁଶିଳା ମଲିକ ଯୋଗଦେଇ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ତାଙ୍କ ବକ୍ତବ୍ୟରେ ଉତ୍ସାହିତ କରିଥିଲେ । ପ୍ରଥମେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ରାପଡ଼ାବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ଲାକକାର୍ଡ ଓ ସ୍ଲୋଗାନ ଦେଇ ବଜାର ପରିକ୍ରମା କରି ପୁଣି ବିଦ୍ୟାଳୟରେ ଆୟୋଜିତ ବୈଠକ ସ୍ଥଳରେ ପହଞ୍ଚି ଥିଲେ।କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ୟାମସୁନ୍ଦର ଦିଗାଲ ସଂଯୋଜନା କରିଥିଲା ବେଳେ ସିଆରସିସି ରାକେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଆରଟି ମାନସ ଷଡ଼ଙ୍ଗୀ ଓ ରଶ୍ମିତା ସେନାପତିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

ad-week
Leave A Reply

Your email address will not be published.