ନିଖୋଜ ବୃଦ୍ଧଙ୍କ ଚାରି ଦିନ ପରେ ମିଳିଲା ଶବ..

add-all

ଚିକିଟୀ : ସ୍ଥାନୀୟ ଚିକିଟୀ ପେଣ୍ଠ ପାତ୍ର ବନ୍ଧ ରୁ ଜଣେ ନିଖୋଜ ବୃଦ୍ଧଙ୍କ ଗଳିତ ଶବ କୁ ଉଦ୍ଧାର କରିଛି ପୋଲିସ। ଉଦ୍ଧାର ଜଣକ ହେଉଛନ୍ତି ଚିକିଟୀ ପେଣ୍ଠ ମୁଖ୍ୟ ବଜାର ବାସିନ୍ଦା ନରସିଂହ ସାହୁ ବୟସ ପ୍ରାୟ (୭୦)ବର୍ଷ। ସେ ଗତ ୩୦ ତାରିଖ ସକାଳୁ କେଉଁ ଆଡେ ଚାଲି ଯାଇଥିଲେ। ପରିବାର ଲୋକ ବହୁ ଖୋଜା ଖୋଜି କରି ପାଇନଥିଲେ ଏବଂ ୧ ତାରିଖରେ ଧାନଘର ଫାଣ୍ଡି ରେ ଅଭିଯୋଗ ଦାଖଲ କରିଥିଲେ। ପୋଲିସ କେସ ନମ୍ବର ୩୫/୨୩ ରେ ମାମଲା ରୁଜୁ କରି ଅଗ୍ନିଶମ ବିଭାଗ ସହାୟତା ରେ ଉକ୍ତ ପୋଖରୀ ରେ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ନ ଥିଲା। ରବିବାର ସକାଳେ ସ୍ଥାନୀୟ ଲୋକେ ଉକ୍ତ ପୋଖରୀରେ ଶବ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ।ପରେ ପରେ ପୋଲିସ ପହଞ୍ଚି ଅଗ୍ନିଶମ ଗାଡ଼ି ସହାୟତା ରେ ଉଦ୍ଧାର କରି ଶବ କୁ ପୋଷ୍ଟ ମୋର୍ଟମ ପାଇଁ ପଠାଇ ଥିବା ଧାନଘର ଫାଣ୍ଡି ଅଧିକାରୀ ସୁମନ ମଲିକ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.