ନନ୍‌ଭେଜ୍‌ ଫୁଡ୍‌ ଷ୍ଟଲ୍‌ ତୁରନ୍ତ ବନ୍ଦ କର, ନିର୍ବାଚନ ଜିତିବା ପରେ ଆକ୍ସନ ମୁଡ୍‌ରେ ମହନ୍ତ

add-all

ରାଜସ୍ଥାନରେ ରାଜ କରିବ ବିଜେପି। ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ହାତରୁ ରାଜସ୍ଥାନକୁ ବିଜେପି ଛଡାଇ ନେଇଛି। ଖୁବଶୀଘ୍ର ଏଠି ମୁଖ୍ୟମନ୍ତ୍ରୀ ଆସନରେ ଏକ ନୂଆ ମୁହଁକୁ ଦେଖିବାକୁ ମିଳିବ। ତେବେ ଏହାରି ଭିତରେ ରେଜଲ୍ଟ ବାହାରିବାର ୨୪ ଘଣ୍ଟା ନପୂରୁଣୁ ଆକ୍ସନ ମୁଡ୍‌କୁ ଆସିଯାଇଛନ୍ତି ନୂଆ ବିଧାୟକ।

ତୁରନ୍ତ ବନ୍ଦ କରାଯାଉ ଆମିଷ ଦୋକାନ। ସନ୍ଧ୍ୟା ସୁଦ୍ଧା ରାସ୍ତା ଉପରୁ ସମସ୍ତ ନନ୍‌ଭେଜ୍‌ ପୁଡ୍‌ ଷ୍ଟଲ୍‌ ହଟାଯାଉ। ଏଭଳି କିଛି ଚେତାବନୀ ଦେଇଛନ୍ତି ନୂଆ ବିଧାୟକ ମହନ୍ତ ବାଳମୁକୁନ୍ଦ ଆଚାର୍ଯ୍ୟ। ହବାମହଲ ଆସନରୁ ନିର୍ବାଚନ ଜିତିଥିବା ବିଧାୟକ ବାଳମୁକୁନ୍ଦ ଆଚାର୍ଯ୍ୟ ଜଣେ ସରକାରୀ ଅଧିକାରୀଙ୍କୁ ଫୋନ୍‌ କରି ରାସ୍ତା ଉପରୁ ସମସ୍ତ ନନ୍‌ଭେଜ୍‌ ଫୁଡ୍‌ ଷ୍ଟଲ ହଟାଇବାକୁ କହିଛନ୍ତି।

ରାସ୍ତାକଡରେ କୌଣସି ବି ଆମିଷ ଖାଦ୍ୟ ବିକ୍ରି ହେବ ନାହିଁ। ସନ୍ଧ୍ୟା ସୁଦ୍ଧା ସମସ୍ତ ଗଳି ଓ ରାସ୍ତା ହେବା ଉଚିତ। ସମସ୍ତ ଆମିଷ ଠେଳା ଦୋକାନୀଙ୍କୁ ତୁରନ୍ତ ହଟାନ୍ତୁ ବୋଲି ସେ ସରକାରୀ ଅଧିକାରୀଙ୍କୁ ଫୋନ୍ କରି ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ସନ୍ଧ୍ୟା ସୁଦ୍ଧା ସେ ଏନେଇ ରିପୋର୍ଟ ମଧ୍ୟ ମାଗିଛନ୍ତି। ନୂଆ ବିଧାୟକଙ୍କ ଏଭଳି ଆକ୍ସନ ମୁଡ୍‌ରେ ଆସିବା ପରେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ଜୟପୁରର ହବାମହଲ ବିଧାନସଭା ଆସନରୁ ବିଜେପି ଟିକେଟ୍‌ରେ ମହନ୍ତ ବାଳମୁକୁନ୍ଦ ଆଚାର୍ଯ୍ୟ ନିର୍ବାଚନ ଲଢ଼ିଥିଲେ। ସେ ୬୦୦ ଭୋଟରେ ଏହି ନିର୍ବାଚନ ଜିତିଛନ୍ତି। ସେ କଂଗ୍ରେସର ଆର୍‌ଆର୍‌ ତିଓ୍ୱାରୀଙ୍କୁ ପରାସ୍ତ କରିଛନ୍ତି।

ad-week
Leave A Reply

Your email address will not be published.