ଛତିଶଗଡ଼ରେ ଦଳକୁ ହରାଇବାକୁ ଟଙ୍କା ଲଗେଇଥିଲା ବିଜେଡି: ପ୍ରଦୀପ ପୁରୋହିତ

add-all

ଭୁବନେଶ୍ବର: ଛତିଶଗଡ଼ରେ ବିଜେପିକୁ ହରାଇବାକୁ ବିଜେଡି ଟଙ୍କା ଲଗେଇଥିଲା ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେପି ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ।
ସେ କହିଛନ୍ତି, ପଶ୍ଚିମ ଓଡ଼ିଶାର ବିଜେଡି ନେତା ଓ ମନ୍ତ୍ରୀମାନେ ପ୍ରାଣପଣେ ଚେଷ୍ଟା କରିଥିଲେ। ଛତିଶଗଡ଼ ଗସ୍ତ କରି ଲୋକଙ୍କୁ କହୁଥିଲେ ବିଜେପି ବିରୋଧରେ ଭୋଟ ଦିଅ। ବିଜେଡି ନେତା, ମନ୍ତ୍ରୀମାନେ ବିଧାନସଭା ନିର୍ବାଚନରେ ବି ଟଙ୍କା ଲଗାଇଥିଲେ। କଂଗ୍ରେସ ଜିତିବାରୁ ବିଜେଡି ଖୁସି ଥିଲା। ବିଜେଡି ପଇସା ଲଗେଇଛି ପ୍ରଚାର ବି କରିଛି ତା ସତ୍ତ୍ୱେ ଛତିଶଗଡ଼ ଲୋକେ ବିଜେପିକୁ ଭୋଟ ଦେଇଛନ୍ତି। ଓଡ଼ିଶାରେ ୨୪ରେ ବିଜେପି ସରକାର ହେବ ଏହାକୁ କେହି ଅଟକାଇ ପାରିବେନି। ୩ ରାଜ୍ୟର ଫଳାଫଳ ବିଜେଡି ପାଇଁ ମୃତ୍ୟୁ ଘଣ୍ଟି। ବିଜେଡି ନେତାଙ୍କ ପାଇଁ ଏହା ସତର୍କ ଘଣ୍ଟି। ଛତିଶଗଡ଼ର ଫଳାଫଳ ପଶ୍ଚିମ ଓଡ଼ିଶାରେ ବ୍ୟାପକ ପ୍ରଭାବ ପକାଇବ ଏବଂ ଏହି ପ୍ରଭାବ ଉପକୂଳ ଓଡିଶାରେ ମଧ୍ୟ ପଡ଼ିବ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ। ଏହାସହ ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାରେ ସରକାର କରିବ ଏବଂ ଯାହା ଯାହା କଲେ ବି ବିଜେଡିର ପତନ ସୁନିଶ୍ଚିତ। ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

ପ୍ରଦୀପ ପୁରୋହିତଙ୍କୁ କଡ଼ା ଜବାବ ଦେଇ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍ ଗୋ କହିଛନ୍ତି, ଆଡଭାନୀ ଓ ପ୍ରମୋଦ ମହାଜନଙ୍କ ଅର୍ଥରେ ବିଜେଡି ଗଠନ ହୋଇଛି। ଯେଉଁ ବିଜେପି କଂଗ୍ରେସ ବିରୋଧରେ କହୁଛି ସେ ହିଁ ବିଜେଡିକୁ ତିଆରି କରିଛି। ନିଜେ ନିଜକୁ ରକ୍ଷା କରୁ ବିଜେପି। ଓଡ଼ିଶା ମାଟିରୁ ବିଜେଡି ବିଜେପି ହିଁ ଏବେ ମୂଳପୋଛ ହେବେ।ରାଜ୍ୟରେ ଶାସନରେ ରହି ରାଜ୍ୟକୁ ବିକି ବିଜେପିକୁ ଅର୍ଥ ସୁଜୁଛି ବିଜେଡି। ବିଜେପି ତାର ଫାଇଦା ଉଠାଉଛି। ବିଜେପି କଂଗ୍ରେସ ସରକାର ଛତିଶଗଡ଼ରେ ଥିବା ବେଳେ ଜଳ ସମସ୍ୟା କହୁଥିଲା ଏବେ ତ ନିଜେ ସରକାରକୁ ଆସିଲେଣି। ଏବେ କଣ କରିବ ଦେଖିବା। ବିଜେଡି କେତେ ଦାବି କରୁଛି କି କେତେ ବିରୋଧ କରୁଛୁ ତାହାହିଁ ଆଗକୁ ଓଡ଼ିଶା ବାସୀ ଦେଖିବେ।

ad-week
Leave A Reply

Your email address will not be published.