ନେହରୁ ଶତାବ୍ଦୀ ହସ୍‌ପିଟାଲ ହେଲା ପବିତ୍ର ମୋହନ ପ୍ରଧାନ ସରକାରୀ ଡାକ୍ତରଖାନା…

add-all

ଭୁବନେଶ୍ବର/ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ନେହରୁ ଶତାବ୍ଦୀ ହସ୍‌ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ମହାନଦୀ କୋଲଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ପରିଚାଳିତ ଏହି ହସ୍‌ପିଟାଲକୁ ରାଜ୍ୟ ସରକାର ହାତକୁ ନେବା ସହ ଏହାର ନାମ ‘ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍‌ପିଟାଲ’କୁ ପରିବର୍ତ୍ତନ କରାଯାଇଛି ।  ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୋମବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦିଆଯାଇଛି। ଏଥି ସହିତ କୁହାଯାଇଛି ଯେ, ତାଳଚେରରେ ଆରମ୍ଭ ହେବାକୁ ଯାଉଥିବା  ‘ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ଓ  ହସ୍‌ପିଟାଲ’ର ଛାତ୍ରଙ୍କ ଲାଗି ଏହା ଟିଚିଙ୍ଗ ହସ୍ପିଟାଲ୍ ଭାବେ କାର୍ଯ୍ୟ କରିବ।

ସୂଚନାଯୋଗ୍ୟ, ମହାନଦୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ମିମ୍‌ସାର)କୁ ରାଜ୍ୟ ସରକାର ବଦଳାଇ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ନାମିତ କରିଥିଲେ। ଗତ ନଭେମ୍ବର ୧୮ ତାରିଖ ଠାରୁ ଏଠାରେ ରୋଗୀସେବା ଆରମ୍ଭ ହୋଇଯାଇଛି। ଏଠାରେ ମେଡିକାଲ କଲେଜ ଓ ଡାକ୍ତରଖାନା ନିର୍ମାଣ ପାଇଁ ୨୦୦୦ ମସିହାରୁ ଦାବି କରାଯାଉଥିଲା। ଶେଷରେ ୨୦୧୪ରେ ରାଜ୍ୟ ସରକାର ଓ ଏମ୍‌ସିଏଲ୍‌ ମଧ୍ୟରେ ମେଡିକାଲ କଲେଜ ପାଇଁ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏଠାରେ ୧୦୦ଟି ଆସନ ବିଶିଷ୍ଟ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ଉପଲବ୍ଧ ହେବ । ସେଠାରେ ୫ଶହ ଶଯ୍ୟା ବିଶିଷ୍ଟ ଏକ ଅତ୍ୟାଧୁନିକ ଡାକ୍ତରଖାନା ଆରମ୍ଭ ହୋଇଯାଇଛି।

ad-week
Leave A Reply

Your email address will not be published.