
ହିଞ୍ଜିଳିକାଟୁ : ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ନିର୍ବାଚନ ଫଳାଫଳରେ କେନ୍ଦ୍ର ନେତୃତାଧିନ ଭାରତୀୟ ଜନତା ପାର୍ଟି ବିଜୟ ହାସଲ ପରେ ଵିଜେପି ପାଳିଛି ବିଜୟ ଉତ୍ସବ।ବରିଷ୍ଠ ବିଜେପି କର୍ମୀ ରଜନୀକାନ୍ତ ପାଢିଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ହିଞିଳିକାଟୁ ପୌରାଞ୍ଚଳ ବସ୍ ଟର୍ମିନାଲ ପରିସରରେ ଏକତ୍ରିତ ହୋଇ ବାଣ ଫୁଟାଇବା ସହ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରି ବିଜୟ ଉତ୍ସବ ପାଳନ କରିଥିଲେ। ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସଂକଳ୍ପ ନେଇଛନ୍ତି ତାହାକୁ ଭରସା କରି ସଂପୃକ୍ତ ୩ଟି ରାଜ୍ୟର ଜନସାଧାରଣ ବିଜେପି ଦଳକୁ ବିପୁଳ ବିଜୟ ଦେଇଛନ୍ତି । ଏଥିରେ ସୋରଡା ନିର୍ବାଚନ ମଣ୍ଡଳୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିଳମଣି ବିଷୋୟୀ, ଶେରଗଡ଼ ବ୍ଳକ ପ୍ରାକ୍ତନ ସଭାପତି ବୃନ୍ଦାବନ ଦାଶ, ଭୁବନେଶ୍ୱର ନାୟକ, ପୁରୁଷୋତ୍ତମ ସ୍ବାଇଁ, କାହ୍ନୁ ପାଣିଗ୍ରାହୀ, ବେଣୁଧର ବିଷୋୟୀ, ବନମାଳୀ ସାସମଲ, ଆର. ସୁଦାମ, ଦେବରାଜ ନାହାକ, ଏ. ଶିବରାମ ପାତ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ଥିଲେ ।