ତିନି ରାଜ୍ୟରେ ବିଜୟକୁ ନେଇ ବିଜେପି ପକ୍ଷରୁ ଶୋଭାଯାତ୍ରା !

add-all

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ପୌରାଞ୍ଚଳରେ ଆଜି ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଭଲ ପ୍ରଦର୍ଶନ ତଥା ବହୁମତ ହାସିଲ କରିଥିବା ବେଳେ ଆଜି ଏନେଇ ବୀରମିତ୍ରପୁର BJP ଦଳ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଥିଲା | ଦଳୀୟ କର୍ମୀ ମାନେ ବାଜା ବଜାଇ ମିଠା ବାଣ୍ଟି ଖୁସି ଜାହିର କରିଥିଲେ ! ଦଳୀୟ କର୍ମୀ ମାନେ ୧୪୩ ନଂ ଜାତୀୟ ରାଜପଥ ନିକଟରେ ଥିବା BJP କାର୍ଯ୍ୟାଳୟ ରୁ ଶୋଭାଯାତ୍ରା ବାହାରି ଚାଇନା ଟାଉନ, ବିର୍ସାମୁଣ୍ଡା ବସ ଷ୍ଟାଣ୍ଡ, ସିନେମା ହଲ, ଗୋଲ ବଜାର ହୋଇ BJP କାର୍ଯ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ | ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରଭାରୀ କମଲେଶ୍ୱର ସାହା, ଟାଉନ ସଭାପତି ଜୟନ୍ତ ଦାସ, ସୁନିଲ ବଲ୍ଲୁ ତିୱାରି, ପ୍ରଦୀପ ପଣ୍ଡା, ବିନୋଦ ଅଗ୍ରୱାଲ, ମହାବୀର କଇଥା, ବିକାଶ ଝା ଙ୍କ ସମେତ ବହୁ ଦଳୀୟ କର୍ମୀ ମାନେ ଯୋଗ ଦେଇ ସଭାଯତ୍ରାରେ ସହଯୋଗ କରିଥିଲେ |

ad-week
Leave A Reply

Your email address will not be published.