ବିଶ୍ଵାସରେ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ଵେଷଣ ପରୀକ୍ଷା

add-all

ଭୁବନେଶ୍ବର : ପିତାପଲ୍ଲି ନିକଟସ୍ଥ ‘ବିଶ୍ବାସ’ ହାଇୟର ସେକେଣ୍ଡାରି ଅନୁଷ୍ଠାନରେ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ଵେଷଣ ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଅଛି। ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସରକାରୀ ଓ ବେ-ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ଡଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦାନ କରିଥିଲେ। ଏବଂ ଗଣଶିକ୍ଷା ବିଭାଗର ପୂର୍ବତନ ନିର୍ଦେଶକ ଡଃ. ଶରତ ଚନ୍ଦ୍ର ବିଶ୍ଵାଳ ସଂମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ।
ଏଥିରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ମୁଖ୍ୟ ଅତିଥି ଛାତ୍ରଛାତ୍ରୀ ମାନଙ୍କୁ ଚରିତ୍ରବତ୍ତା, କଠିନ ପରିଶ୍ରମ କରିବା ଜୀବନର ମୂଳ ଲକ୍ଷ୍ୟ ବୋଲି ଉଦବୋଧନ ଦେଇଥିଲେ। ପ୍ରଥମ ଶ୍ରେଣୀରେ ବିବେକାନନ୍ଦ ବିଦ୍ୟାଳୟ, କୁହୁଡି ଓ ସରକାରୀ ହାଇସ୍କୁଲ, ଆରିକମା-ଯୁଗ୍ମ ଭାବରେ ବିବେଚିତ ହୋଇଛନ୍ତି। ସେହିପରି ସୋମନାଥ ହାଇ ସ୍କୁଲ, ହରିରାଜପୁର, ଜଟଣୀ ଓ କୃପାସିନ୍ଧୁ ହାଇ ସ୍କୁଲ, ଗୋପୀନାଥପୁର ଯୁଗ୍ମ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ସରକାରୀ ହାଇସ୍କୁଲ, ପଳାଶୁଣି ଯୋଗ୍ୟ ବିବେଚିତ ହୋଇଛନ୍ତି।

ad-week
Leave A Reply

Your email address will not be published.