୩ ଦଫା ଦାବୀରେ ଜିଲା କଂଗ୍ରେସ ସଭାପତିଙ୍କ ଉପବାସ ସତ୍ୟାଗ୍ରହ…

add-all

ଦେବଗଡ,୪ା୧୨: ତୃଟିପୁର୍ଣ୍ଣ ହାଇଟେକ ସର୍ଭେକୁ ସମ୍ପୂର୍ଣ୍ଣ ଭାବେ ବାତିଲ କରିବା,ଜିଲାରେ ଖାଲି ପଡିଥିବା ୧୪୭ ଡାକ୍ତର ପଦବୀ ପୂରଣ କରିବା ଓ ଜିଲାର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଧାନ ମଣ୍ଡି ଖୋଲିବା ଆଦି ୩ ଦଫା ଦାବୀ ନେଇ ଆଜି ଜିଲା କଂଗ୍ରେସ ସଭାପତି ସେମ ହେମ୍ରମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପବାସ ସତ୍ୟାଗ୍ରହ ଆରମ୍ଭ କରିଛନ୍ତି । ସୋମବାର ସକାଳ ୬ ଟାରୁ ଏହି ଉପବାସ ସତ୍ୟାଗ୍ରହ ଆରମ୍ଭ ହୋଇଥିବା ବେଳେ ଆଗାମୀ ୬୦ ଘଂଟା ପର୍ଯ୍ୟନ୍ତ ଏହା ଜାରୀ ରହିବ ବୋଲି ଜିଲା କଂଗ୍ରେସ ସଭାପତି ଶ୍ରୀ ହେମ୍ରମ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ଦେବଗଡ ଜିଲାରେ ହୋଇଥିବା ହାଇଡେକ ସର୍ଭେ ରେ ବ୍ୟାପକ ତୃଟୀ ବିଚ୍ୟୁତି ଦେଖିବାକୁ ମିଳିଛି । ଫଳରେ ଜିଲାର ହଜାର ହଜାର ଚାଷୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେବାସହ ଅନେକେ ନିଜ ନିଜର ଚାଷ ଜମି ହରାଇବାକୁ ବସିଛନ୍ତି । ସେହିପରି ଦିର୍ଘଦିନ ହେଲା ଜିଲାର ଚାଷୀ ମାନେ ଧାନ ଅମଳ ଆରମ୍ଭ କରିଥିଲେ ହେଁ ଦଲାଲ ଓ ମିଲ ମାଲିକଙ୍କୁ ଲାଭ ଦେବା ପାଇଁ ମଣ୍ଡି ଖୋଲିବାରେ ଜାଣିଶୁଣି ବିଳମ୍ବ କରାଯାଉଥିବା ଅଭିଯୋଗ କରାଯାଇଛି । ଫଳରେ ଚାଷୀ ମାନେ ବିପୁଲ କ୍ଷତିର ସମ୍ମୁଖିବ ହେଉଥିବା ଏବଂ ଜିଲାରେ ୨୧୧ ଡାକ୍ତର ପଦବୀ ମଧ୍ୟରୁ ୧୪୭ଟି ପଦବୀ ଖାଲି ରହିଥିବାରୁ ଜିଲା ବାସୀ ଉପଯୁକ୍ତ ଚିକିତ୍ସା ସେବାରୁ ବଂଚିତ ହେଉଥିବା ଜିଲା କଂଗ୍ରେସ ସଭାପତି ଶ୍ରୀ ହେମ୍ରମ ଅଭିଯୋଗ କରିବାସହ ଅବିଳମ୍ବେ ଉପରୋକ୍ତ ତନି ଦଫା ଦାବୀ ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସତ୍ୟାଗ୍ରହକୁ ଜିଲାର ବିଭିନ୍ନ ଅନୁଷ୍ଠାନ ଓ ଚାଷୀ ସଂଗଠନର କର୍ମକର୍ତା ମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ସତ୍ୟାଗ୍ରହ ମଂଚରେ ପହଂଚି ଏହି ସତ୍ୟାଗ୍ରହକୁ ସମର୍ଥନ ଜଣାଉଥିବା ଦେଖିବାକୁ ମିଳୁଛି । ଆଜି ପୂର୍ବାହ୍ନରେ ଜିଲା କୃଷକ ସଂଘର୍ଷ ସଂଘ ପକ୍ଷରୁ ସମ୍ପାଦକ ଗୁଣନିଧି ବେହେରା , ଉପ ସଭାପତି ଦେବରାଜ ପ୍ରଧାନ ଓ ନାଗରିକ କମିଟୀ , ଦେବଗଡ ପକ୍ଷରୁ ମାର୍କଣ୍ଡେଶ୍ୱର ଶତପଥି ପ୍ରମୁଖ ସେଠାରେ ପହଂଚି ଶ୍ରୀ ହେମ୍ରମଙ୍କୁ ସମର୍ଥନ ଜଣାଇଥିଲେ । ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ନଗରପାଳ ନେତ୍ରାନନ୍ଦ ସାମଲ, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ଲିତା ଆଚାର୍ଯ୍ୟ, ଜିଲା କଂଗ୍ରେସ ଉପ ସଭାପତି ମଞ୍ଜୁଳ କୁମାର ନାଏକ ଓ ସୁବାସ ଚନ୍ଦ୍ର୍ ଭୋଇ, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ରମେଶ ପାତ୍ର, ନଗର କଂଗ୍ରେସ ସଭାପତି ରେବତୀ ମୋହନ ପଟ୍ଟନାୟକ,ରିଆମାଳ ବ୍ଲକ କଂଗ୍ରେସ ସଭାପତି ସୁଶାନ୍ତ କୁମାର ସ୍ୱାଇଁ, ତିଲେଇବଣି ବ୍ଲକ କଂଗ୍ରେସ ସଭାପତି ସୁରେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ଶ୍ରୀତମ ସାହୁ, ଦୀପକ କୁମାର ବେହେରା, କ୍ଷୀରୋଦ ନାରାୟଣ ସାହୁ, ମଦନ ମୋହନ ସାହୁ ଓ ଜିଲା ଯୁବ କଂଗ୍ରେସ ସଭାପତି ସଲମାନ ହେନଜଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ସତ୍ୟାଗ୍ରହ ସ୍ଥଳୀରେ ପହଂଚି ସମର୍ଥନ ଜ୍ଞାପନ କରିଥିଲେ ।

ad-week
Leave A Reply

Your email address will not be published.