ଆସିକାରେ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ କୃତ୍ରିମ ବନ୍ୟା…

Independence

ଅନଭିଜ୍ଞ ଠିକାଦାର ପ୍ରୀତି ଯୋଗୁଁ ଲୋକେ ହଟହଟା
ବ୍ରହ୍ମପୁର : ଲଘୁଚାପ ଯୋଗୁଁ ଗତ କାଲି ଠାରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝିପି ଝିପି ବର୍ଷା ଲାଗିରହିଛି। ଆଜି ଆସିକା ସମେତ ଆଖ ପାଖ ଅଞ୍ଚଳ ରେ ବି ଝିପିଝିପି ବର୍ଷା ସମେତ କେତେ ବେଳେ ଟିକେ ଅଧିକ ମଧ୍ୟ ବର୍ଷା ହେଉଛି। ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଗତ କିଛି ଦିନ ହେଲା ଉନ୍ନୟନ ନାମରେ କଂକ୍ରିଟ ରୋଡ଼ ଉପରେ ଫେବର ରୋଡ଼ ନିର୍ମାଣ ଚାଲିଛି। ଏହା ସାଙ୍ଗକୁ ପୂର୍ବରୁ ଥିବା ଡ୍ରେନେଜ ଗୁଡ଼ିକରେ ଜଳ ନିଷ୍କାସନ ନହୋଇ ବିଭିନ୍ନ ସାହି ରେ କୁତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହେଉଥିଲା। ଏହାକୁ ସୁଧାରିବା ପାଇଁ ଏକ ସପ୍ତାହ ହେବ ପୁରୁଣା ଡ୍ରେନଜ କୁ ଭାଙ୍ଗି ନୂଆ ଡ୍ରେନେଜ ନିର୍ମାଣ କରାଯାଇଛି। ଆଜି ସାମାନ୍ୟ ବର୍ଷା ରେ ବିଜ୍ଞାପିତ ଅଞ୍ଚଳ ର ଅସଲ ମୁଖା ଖୋଲି ଯାଇଛି ବୋଲି ସର୍ବତ୍ର ଆଲୋଚନା ହେଉଛି। ଏହି ତୃଟିପୂର୍ଣ୍ଣ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ଆସିକା ସୁବର୍ଣ୍ଣପେଟା ସାହିରେ ସ୍ୱଳ୍ପ ବୃଷ୍ଟି ପାତ ରେ ମଧ୍ୟ ବର୍ଷା ଜଳ ନିଷ୍କାସନ ନହୋଇ ଦୀର୍ଘ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଉପରେ ବର୍ଷା ଜଳ ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି। ବାବୁଙ୍କ ହମବାଡା ନୀତି ଓ ଅନଭିଜ୍ଞ ଠିକାଦାର ପ୍ରୀତି ଯୋଗୁଁ ଲୋକେ ପୂର୍ବ ଭଳି ପରିସ୍ଥିତି ର ସମ୍ମୁଖୀନ ହେଲେ ବୋଲି ସବୁଆଡେ ଚର୍ଚ୍ଚା ହେଉଛି। ନିସର୍ତ୍ତ ରେ ପୂର୍ବରୁ ତ୍ରୁଟିପୂର୍ଣ୍ଣ ଫେବର ରୋଡ଼ ନିର୍ମାଣ ସମ୍ପର୍କ ରେ ଖବର ପ୍ରକାଶ କରିବା ସହ ଗଞ୍ଜାମ ଜିଲ୍ଲାପାଳ ଓ ମୋ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା। ସରକାର କା ମାଲ ଦରିଆ ମେ ଡାଲ ନୀତି ଯୋଗୁଁ ଆସିକା ବାସୀ ପୂର୍ବ ଭଳି ସମଦଶା ଭୋଗୁଛନ୍ତି ବୋଲି ସବୁଆଡେ ଚର୍ଚ୍ଚା ର ବିଷୟ ହୋଇଛି।

ad-week
Leave A Reply

Your email address will not be published.