ଉତ୍କଳ ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ପ୍ରଥମ କିଡନୀ ପ୍ରତିରୋପଣ ରୋଗୀ…

add-all

ଭୁବନେଶ୍ବର : ଭୁବନେଶ୍ବର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି-ସ୍ପେସିଆଲିଟି ଉତ୍କଳ ହସ୍ପିଟାଲରୁ କିଡନୀ ପ୍ରତିରୋପଣ ହୋଇଥିବା ଜଣେ ପୁରୁଷ ରୋଗୀ ବୁଧବାର ତା ୦୬-୧୨-୨୦୨୩ ଡିସ୍ଚାର୍ଜ ହୋଇଛନ୍ତି। ଏବଂ ଏବେ ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି। ସେ ଅନ୍ୟ ମାନଙ୍କ ଭଳି କାମ କରିପାରିବେ ବୋଲି ଉତ୍କଳ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ସିନିୟର କନସୋଲଟାନ୍ଟ ଡାଃ. ଲଲାଟ ବରୁନ ପାତ୍ର କହିଛନ୍ତି।
ପେଶେନ୍ଟଙ୍କର କିଡନୀ ସମ୍ବନ୍ଧୀୟ ଅସୁବିଧା ଗତ ୬ ମାସ ତଳେ ଜଣା ପଡିଥିଲା। ତେଣୁକରି ସେ ସେବେଠାରୁ ସପ୍ତାହରେ ୩ ଥର ଡାଈଆଲିସିସ କରାଉଥିଲେ। ଶେଷରେ ତାଙ୍କ ଶାଶୁ ତାଙ୍କର ଗୋଟେ କିଡନୀ ତାଙ୍କ ଜ୍ଵାଇଁଙ୍କୁ ଦେବା ପାଇଁ ନିସ୍ପତି ନେଲେ। ଗତ ମାସ ୨୭.୧୧.୨୦୨୩ ତାରିଖରେ ପୀଡିତଙ୍କ ଠାରେ କିଡନୀ ପ୍ରତିରୋପଣ ହୋଇଥିଲା। ଆଜି ୦୬-୧୨-୨୦୨୩ ପେଶେନ୍ଟ ସମ୍ପୂର୍ଣ ସୁସ୍ଥ ଥିବା ସମୟରେ ହସ୍ପିଟଲରୁ ଡିସ୍ଚାର୍ଜ ହୋଇଛନ୍ତି।
ଏହି ଜଟିଳ କିଡନୀ ଟ୍ରାନ୍ସପ୍ଳାଣ୍ଟଟେସନ ଉତ୍କଳ ହସ୍ପିଟଲର ପ୍ରଥମ କରି ସଫଳତାର ସହ ସଂପୂର୍ଣ୍ଣ ହୋଇଛି। ଡାଃ. ଲଲାଟ ବରୁନ ପାତ୍ର (ନେଫ୍ରୋଲୋଜି), ଡାଃ. ପବିତ୍ର କୁମାର ମିଶ୍ର (ଉରୋଲୋଜି) ଓ ସପୋର୍ଟ ଟୀମର ଅକ୍ଲାନ୍ତ ପରିଶ୍ରମ ଯୋଗୁ ସମ୍ଭବ ହୋଇପାରିଥିଲ। ଏହି ଅବସରରେ ଟୀମ ତରଫରୁ ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ ଡାଃ. ଆଦିତ୍ଯ ସାମଲ, ମାନେଜିଙ୍ଗ ଡିରେକ୍ଟର ଡାଃ. ପ୍ରଜ୍ଞାନ ରଞ୍ଜନ ଘଡାଇ ଏବଂ ଚୀଫ ଏକ୍ସେକ୍ୟୁଟିଭ ଅଫିସର ଡାଃ. ଆଶିଷ ଚନ୍ଦ୍ରା ପ୍ରମୁଖଙ୍କୁ ତାଙ୍କୁ ଉସ୍ଚାହିତ କରିଥିବାରୁ ଧନ୍ୟବାଦ ଅପର୍ଣ କରିଥିଲେ।

ad-week
Leave A Reply

Your email address will not be published.