ନିଆଁ ପୁଇଁବା ବେଳେ ଅଘଟଣ :୯ବର୍ଷର ଶିଶୁକନ୍ୟା ମୃତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସୁମେରବନ୍ଧ ପଞ୍ଚାୟତ ମିଙ୍ଗୁନିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ପୁଇଁବା ବେଳେ ପୋଡ଼ି ହୋଇ ୯ ବର୍ଷର ଶିଶୁକନ୍ୟା ମୃତ। ଖବର ପାଇ ଫିରିଙ୍ଗିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ ପଠାଇଛି। ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ମିଙ୍ଗୁନିପଦରର କୃଷ୍ଣ କହଁରଙ୍କ ଝିଅ ଲକ୍ଷ୍ମୀପ୍ରିୟା ଘରେ କେହି ନଥିବା ସମୟରେ ଚୁଲି ମୁଣ୍ଡରେ ବସି ନିଆଁ ପୁଉଁ ଥିଲେ। ଏହି ସମୟରେ ଅସାବଧାନତା ବଶତଃ ନାବାଳିକାଙ୍କ ପୋଷାକରେ ନିଆଁ ଲାଗିଯାଇଥିଲା ଫଳରେ ସେ ବେହୋସ ହୋଇ ପଡିଯାଇଥିଲେ। ରୋଷେଇ ଘରୁ ଧୂଆଁ ବାହାରୁଥିବା ଦେଖ୍ ମା-ବାପା ସେଠାକୁ ଧାଇଁଯାଇ ଝିଅ ପୋଡି ଯାଇଥିବା ଦେଖ‌ିବାକୁ ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ ପ୍ରଥମେ ଫିରିଙ୍ଗିଆର ମେଡିକାଲରେ ଭର୍ତି କରାଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନା ନ୍ତର କରାଯାଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହୋଇଛି।ଖବର ପାଇ ଫିରିଙ୍ଗିଆ ପୁଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୁଚନା ଦେଇଛନ୍ତି ଥାନା ଅଧିକାରୀ l

ad-week
Leave A Reply

Your email address will not be published.