ଖଇରପୁଟଠାରେ ଚାଷୀ ମଣ୍ଡିରେ ଧାନ ବିକିବା ନିମନ୍ତେ ସଚେତନତା ଓ ତାଲିମ କାର୍ମଶାଳା…

add-all

ମାଲକାନଗିରି ,୬।୧୨ : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଓଏଲଏମ ବୈଠକ ଗୃହରେ ୨୦୨୩ ବର୍ଷର ଚାଷୀ ସଚେତନତା ଓ ତାଲିମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ଏହି କର୍ମଶାଳାର ସଭାପତିତ୍ୱ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଶାନି କରିଥିଲା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜ଼ିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, କେ ସି ସି ଡାଇରେକଟର ଗୋପୀ ପାଙ୍ଗି,ଗୋବିନ୍ଦପଲ୍ଲୀ ଲ୍ୟାମ୍ପ ସଭାପତି ସମ୍ୱନ୍ଧ ଆଡ଼ପୁଟିଆ, ଆର ଏମ ସି କର୍ମଚାରୀ ନାରାୟଣ ଗିଲାଇ, ଖଇରପୁଟ ସରପଞ୍ଚ ଦଇମତି ଗୋଲପେଦା, କୁଡୁମୁଳୁଗୁମା ସରପଞ୍ଚ ମଙ୍ଗଳା ମାଢି, ଲ୍ୟାମ୍ପ ପରିଚାଳକ ରମେଶ ଚନ୍ଦ୍ର ରାଉତ ଓ ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ବୈଠକ ଟିକୁ ବ୍ଲକ ଯୋଗାଣ ଅଧିକାରୀ ପ୍ରଭାକର ଦୋରା ପରିଚାଳନା କରିଥିଲେ | ଆଜିର ବୈଠକ ରେ ଆଗାମୀ ୨୦ ତାରିଖ ଠାରୁ ଆରମ୍ଭ ହେଉଥିବା ଧାନ ମଣ୍ଡି ଗୁଡିକରେ ଚାଷି ମାନେ କିପରି ସୁବିଧା ରେ ଓ ସୁବ୍ୟବସ୍ଥା ସହ ଧାନ ବିକ୍ରି କରିପାରିବେ ଆଲୋଚନା କରାଯାଇଥିଲା | ଆନ୍ୟ ବିଷୟ ଯେପରିକି ଚାଷୀ ମାନଙ୍କ ଖାଲି ବସ୍ତା ର ଦେୟ ତୁରନ୍ତ ପୈଠ କରିବା, ଚାଷୀ ଙ୍କ ପାଇଁ ଟେମ୍ପରାରି ଶୌଚାଳୟ ର ବ୍ୟବସ୍ଥା, ମଣ୍ଡି ଗୁଡିକରେ ବସିବା ପାଇଁ ଓ ପିଇବା ପାଣି ର ଉଚିତ ବନ୍ଦୋବସ୍ତ କରିବା ସମ୍ପର୍କରେ ଆଲୋଚନା କରାଯାଇଥିଲା | କର୍ମଶାଳା ରେ କୁଡୁମୁଳୁଗୁମା ଓ ଗୋବିନ୍ଦପାଲି ଲ୍ୟାମ୍ପ ର ପାଖାପାଖି ୫୦ରୁ ଊର୍ଦ୍ଧ୍ଵ ଚାଷୀ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଗୁଡିକୁ ଦୃଷ୍ଟି ଆକର୍ଷଣ କରିଥିଲେ | ଶେଷରେ ସଭାପତି ଶ୍ରୀ କୀର୍ଷାନୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ମଣ୍ଡି ଗୁଡିକର ସୁପରିଚାଳନା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ |

ad-week
Leave A Reply

Your email address will not be published.