ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଜେପିର ୧୦ ସାଂସଦ ଲୋକସଭାରୁ ଇସ୍ତଫା

add-all

lo

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ଭାରତୀୟ ଜନତା ପାର୍ଟି (ବିଜେପି)ର ୧୨ ଜଣ ସାଂସଦଙ୍କ ମଧ୍ୟରୁ ୧୦ ଜଣ ବୁଧବାର ନିଜ ଲୋକସଭା ଆସନରୁ ଇସ୍ତଫା ଦେଇଛନ୍ତି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ୱରେ ସାଂସଦଙ୍କ ପ୍ରତିନିଧି ଦଳ ବାଚସ୍ପତିଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲେ।

ବାଚସ୍ପତିଙ୍କୁ ଭେଟିଥିବା ନେତାମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ନରେନ୍ଦ୍ର ସିଂ ତୋମାର, ପ୍ରହଲ୍ଲାଦ ପଟେଲ, ରିତି ପାଠକ, ରାକେଶ ସିଂହ, ଉଦୟ ପ୍ରତାପ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ରାଜସ୍ଥାନରୁ ଯେଉଁ ସାଂସଦମାନେ ଇସ୍ତଫା ଦେଇଛନ୍ତି ସେମାନଙ୍କ ମଧ୍ୟରେ ରାଜ୍ୟବର୍ଦ୍ଧନ ସିଂ ରାଠୋର, କିରୋଡି ଲାଲ ମୀନା ଓ ଦିୟା କୁମାରୀ ଥିବା ବେଳେ ଛତିଶଗଡ଼ର ସାଂସଦ ଅରୁଣ ସାଓ ଓ ଗୋମତୀ ସାଏ ରହିଛନ୍ତି।

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ନରସିଂହପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଥିବା ବିଜେପି ନେତା ପ୍ରହ୍ଲାଦ ପଟେଲ ସାଂସଦ ପଦରୁ ଇସ୍ତଫା ଦେବା ପରେ କହିଛନ୍ତି, ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଭେଟିବା ପରେ ମୁଁ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛିଯ। ଖୁବଶୀଘ୍ର ମୁଁ ମଧ୍ୟ କ୍ୟାବିନେଟରୁ ଇସ୍ତଫା ଦେବି।

ବାବା ବାଲକନାଥ ଓ ରେଣୁକା ସିଂହ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାନ୍ତି। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସକୁ ପରାସ୍ତ କରି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିବା ପରେ ବିଜେପି ସରକାର ଗଠନ କରିବାକୁ ଯାଉଛି।

ad-week
Leave A Reply

Your email address will not be published.