ଯୁବ ଓଡିଶା ଓ ନବୀନ ଓଡିଶା କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକଳାପ ଉଦଘାଟିତ

add-all

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଗଣ୍ଡଳା-ବେଲଗାଁ ପଞ୍ଚାୟତ ଶ୍ରୀ ବେଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଗୁରୁବାର ନୂଆ ‘ଓ’ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସାମାଜିକ ସେବା କାର୍ଯ୍ୟକଳାପ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ଡାଃ ଶ୍ରୀମତୀ ଅମିତା ପଣ୍ଡା ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୃତ୍ୟ ଗୁରୁ ଶ୍ରୀଯୁକ୍ତ କୃଷ୍ନ ଚନ୍ଦ୍ର ସ୍ଵାଇଁ ଏବଂ ମୁଖ୍ୟବକ୍ତା ଭାବେ ନୃତ୍ୟ ଗୁରୁ ଶ୍ରୀ ହରିଶ ଚନ୍ଦ୍ର ବରାଡ଼ ଯୋଗଦେଇ ପ୍ରଦ୍ବୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷା ବିଭାଗ ଅଧ୍ୟାପକ ତଥା ଯୁବ କାର୍ଯ୍ୟକ୍ରମ ର ନୋଡାଲ ଅଧିକାରୀ ଡାଃ. ସୁଧାଂଶୁ ଶେଖର ସାହୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଓଡିଆ ବିଭାଗ ଅଧ୍ୟାପକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ର ସଂଯୋଜକ କାଳୁ ଚରଣ ନାୟକ ,ଅଧ୍ୟାପକ ମାନସ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କ ମଧ୍ୟରେ ଲୁଚି ରହିଥିବା କଳା ଗୁଡିକୁ କିପରି ଲୋକଲୋଚନକୁ ଅଣାଯିବ ସେ ପ୍ରସଙ୍ଗ ଉପରେ ସମସ୍ତ ଅତିଥି ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଓଡିଆ ବିଭାଗ ଅଧ୍ୟାପକ ନୀଳାଞ୍ଚଳ ସାହୁ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.