ଜୟସିଂହ ମହାପାତ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ତୃତୀୟ ବାର୍ଷିକ ଶ୍ରାଦ୍ଧ ଓ ସମ୍ବର୍ଦ୍ଧନା ଉତ୍ସବଅନୁଷ୍ଠିତ

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମା ନୀଳକଣ୍ଠେଶ୍ଵର ମନ୍ଦିର ନିକଟରେ ଜୟସିଂହ ମହାପାତ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଗତକାଲି ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଦିବଂଗତ ଜୟସିଂହ ମହାପାତ୍ରଙ୍କ ତୃତୀୟ ଵାର୍ଷିକ ଶ୍ରାଦ୍ଧ ଅବସରରେ ଶ୍ରଦ୍ଧାଞ୍ଜଳି ଓ ସମ୍ବର୍ଦ୍ଧନା ସଭା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ମହାପାତ୍ର ଜଣେ ସ୍ଵାଧୀନତା ସଂଗ୍ରାମୀ, ସାମ୍ବାଦିକ, ଶିକ୍ଷାଵିତ୍ ଓ ପରୋପକାରୀ ସମାଜ ସେବକ ଥିଲେ। ଵିୟୋଗର ତିନିବର୍ଷ ହୋଇଥିଲେ ମଧ୍ୟ ତାଙ୍କର ଗୁଣ କିର୍ତ୍ତୀ ଜନସାଧାରଣଙ୍କ ମନରୁ ଲିଭି ପାରୁ ନାହିଁ, ଯାହାକି ତାଙ୍କ ସ୍ମୃତିକୁ ମନେ ରଖିବାକୁ ବିଜ୍ଞ, ଶିକ୍ଷାବିତ, ସାମ୍ଵାଦିକ, ଏବଂ ଵହୁ ମାନ୍ୟଗଣ୍ୟ ଲୋକଙ୍କ ପରାମର୍ଶରେ ସ୍ବର୍ଗତ ମହାପାତ୍ରଙ୍କ ସୁପୁତ୍ର ମାନଙ୍କ ସହମତିରେ ଜୟସିଂହ ମହାପାତ୍ର ମେମୋରିଆଲ ଟ୍ରଷ୍ଟ କରାଯାଇ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଓ ସମ୍ବର୍ଦ୍ଧନା ସଭା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ରାଜନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାତ୍ର, ମୁଖ୍ୟ ବକ୍ତାଭାବେ ରାଜନଗର ଶ୍ରୀ ଶ୍ରୀ ଜଗନ୍ନାଥ ମହାଵିଦ୍ୟାଳୟର ଅଧ୍ୟକ୍ଷ ଅତୁଲ ବଳ, ସମ୍ମାନିତ ଅତିଥିଭାବେ ସ୍ତମ୍ବକାର ନିରଞ୍ଜନ ଶତପଥି ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ସ୍ଵର୍ଗତ ମହାପାତ୍ର ଏକାଧାରରେ ଜଣେ ସାହିତ୍ୟିକ, ସାମ୍ଵାଦିକ, ଶିକ୍ଷାବିତ୍ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିଷ୍ଠାତା ଭାଵରେ ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟାପକ ସତ୍ୟଵାଦି ଜେନା, ସମାଜ ସେଵୀ କୈଳାସ ଚନ୍ଦ୍ର ମହାନ୍ତି ସ୍ଵର୍ଗତ ମହାପାତ୍ରଙ୍କ ଗୁଣଗାନ କରିଥିଲେ। ଏହିକାର୍ଯ୍ୟକ୍ରମରେ ମାଟ୍ରିକ୍ ପରିକ୍ଷାରେ ଵ୍ଲକ ଶ୍ରେଷ୍ଠ ହୋଇଥିବା ଆୟାଶା ମିଶ୍ର, ଦ୍ଵୀତିୟ ଅନୁଞ୍ଜୟ ସେଠି, ଓ ତୃତୀୟ ପ୍ରୀତିମୟା ରାଉତ, ଏବଂ ମଧ୍ୟମା ପରୀକ୍ଷାରେ ବ୍ଲକ ଶ୍ରେଷ୍ଠ ଥିବା ଇତିଶ୍ରୀ ରାଉତଙ୍କୁ ଯଥାକ୍ରମେ 10ହଜାର, 7ହଜାର, ଓ 5ହଜାର ଟଙ୍କା ପ୍ରଦାନ କରାଯାଇଥିଲା। କଵି ଭବାନୀ ଶଙ୍କର ମହାପାତ୍ର ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ଵେଳେ କବି ଅଭିରାମ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। କଥାକାର ପ୍ରଦୀପ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ।ସାମ୍ବାଦିକ ଜଗନ୍ନାଥ ଦାସ ଧନ୍ୟବାଦ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଵାଟୋଇର ସମ୍ପାଦକ ଶତୃଘନ ତରାଇ, ସାମ୍ଵାଦିକ ଵସନ୍ତ କୁମାର ହାତୀ, ପ୍ରାକ୍ତନ ଅଧ୍ୟକ୍ଷ ହରେକୃଷ୍ଣ ମିଶ୍ର ଓ ଅବସର ପ୍ରାପ୍ତ ସୈନିକ ସଂଘର ସଭାପତି ଗଗନ ବିହାରୀ ସ୍ଵାଇଁ, ସମ୍ପାଦକ ଅଚ୍ବ୍ୟତାନନ୍ଦ ପ୍ରଧାନ, ଅକ୍ଷୟ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପୁତ୍ର ଧୀରେନ୍ଦ୍ର କୁମାର ମହାପାତ୍ର, ଶତୀଶ ଚନ୍ଦ୍ର ମହାପାତ୍ର, ଓ ରମଣୀ ରଞ୍ଜନ ମହାପାତ୍ର ପରିଚାଳନାରେ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.