ଗଞ୍ଜାମ ଜିଲ୍ଲାରେ ଏବେ ପାଦପାଦରେ ଦୁର୍ନୀତି.. !

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରେ ଗାଁ ରୁ ସହର ପର୍ଯ୍ୟନ୍ତ ପାଦ ପାଦ ରେ ଦୁର୍ନୀତି ହେଉଥିବା ନେଇ ବିଭିନ୍ନ ମହଲ ରେ ଚର୍ଚ୍ଚା ହେଉଛି। ବିନା ପାଉଣା ରେ ଫାଇଲ ଗୁଞ୍ଚୁନାହିଁ ଓ ଅଭିଯୋଗ କରିଲେ ହାରି ଗୁହାରି ଶୁଣିବାକୁ କେହି ନାହାନ୍ତି। ଗରିବ ଗୁରୁବା ସହ ସାଧାରଣ ଜନତା ଭାଗ୍ୟକୁ ଆଦରି ଚୁପଚାପ ରହିବାକୁ ବାଧ୍ୟ ହେଉଛନ୍ତି। ଏପଟେ କାମଧନ୍ଦା ଅଭାବ ଥିବା ଯୋଗୁଁ ଦାଦନ ଙ୍କ ସଂଖ୍ୟା ବଢ଼ିବା ଓ ଅନ୍ୟ ରାଜ୍ୟକୁ ଚାଲି ଯାଉଥିବା ନେଇ ରୀତିମତ ଖବର ପ୍ରକାଶ ପାଉଛି। ଅଧିକାଂଶ ବ୍ଲକରେ ମଣିଷ ଜାଗାରେ ମେସିନ କାମ କରୁଥିବା ନେଇ ସମସ୍ତ ଅଧିକାରୀ ଜାଣିଥିଲେ ମଧ୍ୟ କିଛି ଅର୍ଥ ପାଇଁ ଗରିବଙ୍କୁ ଅଣ ଦେଖା କରୁଥିବା ନେଇ ଚର୍ଚ୍ଚା ହେଉଛି। ଅଧିକାଂଶ କରି ଭତ୍ତା, ଗୃହ ନିର୍ମାଣ ଯୋଜନା ରେ କେବଳ ନିର୍ବାଚିତ ପ୍ରତିନିଧି ଙ୍କ ସମର୍ଥକ ଓ ଦେନନେଣ କରୁଥିବା ବ୍ୟକ୍ତି ଙ୍କ ମଧ୍ୟରେ ଏହି ସବୁ ଯୋଜନା ସୀମିତ ଥିବା ନେଇ ଚର୍ଚ୍ଚା ହେଉଛି। କିଛି ନେତା, ଅଧିକାରୀ ଙ୍କ ଯୋଗୁଁ ସାଧାରଣ ଲୋକେ ଏହି ସବୁ ସମସ୍ୟା ର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ରେ ଦୁର୍ନୀତି ଚରମସୀମା ରେ ଥିବା ନେଇ ବିରୋଧି ଓ ବୁଦ୍ଧିଜୀବୀ ଅଭିଯୋଗ କରିଲେ କେହି ଶୁଣୁନ ଥିବାନେଇ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.