
ଫୁଲବାଣୀ :କନ୍ଧମାଳର ବିଶିଷ୍ଟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ଭୁବନେଶ୍ୱରରେ ଅକ୍ଷର ତରଫରୁ ଆୟୋଜିତ ପଞ୍ଚମ ପୁସ୍ତକ ମେଳା ଅବସରରେ ଏବଂ ଏକାମ୍ର ପୁସ୍ତକ ମହୋତ୍ସବ ମଞ୍ଚରେ ସମର୍ଦ୍ଧିତ କରାଯାଇଛି l ତାଙ୍କ ସହ ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ଗୋଲାପ ମଞ୍ଜରୀ କର, ସବିତା କୁମାରୀ ମହାନ୍ତି, ଡ଼ଃ ପ୍ରଫୁଲ୍ଲ କୁମାର ଦାସ,ଭାରତୀ ମହାନ୍ତି, ପ୍ରଶାନ୍ତ କୁମାର ବିଶ୍ୱାଳ ପ୍ରମୁଖ ସାହିତ୍ୟିକ ମାନଙ୍କୁ ମଧ୍ୟ ମାନପତ୍ର ଓ ଉପଢୌକାନ ସହ ସମ୍ବର୍ଦ୍ଧିତ କରାଯାଇଛି l ଉକ୍ତ ସାରସ୍ୱତ ତଥା ଆଧ୍ୟାତ୍ମିକ ସଭା, ପୁସ୍ତକ ଉନ୍ମୋଚନ ଓ ସମର୍ଦ୍ଧନା ସଭାରେ ” ଶ୍ରୀମନ୍ଦିର ପ୍ରଶାସକଙ୍କ ଅନୁଭୂତିରେ ଶ୍ରୀଜଗନ୍ନାଥ ” ଶୀର୍ଷକକୁ ନେଇ ସାହିତ୍ୟିକ ବିଭୁତି ପଟ୍ଟନାୟଜ ମୁଖ୍ୟ ଅତିଥି, ଅନ୍ତର୍ଜାତୀୟ ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର ମୁଖ୍ୟବକ୍ତା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସ୍ୱତନ୍ତ୍ର ଅତିଥି, ଗବେଷକ ଡ଼ଃ.ଭାସ୍କର ମିଶ୍ର ସମ୍ମାନୀତ ବକ୍ତା, ଗବେଷକ ମୋହିନୀ ମୋହନ ତ୍ରିପାଠୀସମ୍ମାନୀତ ଅତିଥି ଭାବେ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣକରିଥିଲେ l ଏହି ଅବସରରେ ଡାକ୍ତର ଇନ୍ଦ୍ରମଣି ଜେନାକୁ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା l ଭାସ୍କର ଚନ୍ଦ୍ର ଜେନା, ଡ଼ଃ ଅଭୟ
କୁମାର ନାୟକ,ପୀତବାସ ରାଉତରାୟ ପ୍ରମୁଖ ପରିଚାଳନା ଓ ମଞ୍ଚ ସଂଚାଳନ କରିଥିଲେ l ଏହି ଅବସରରେ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କ ଏକ ଆଧ୍ୟାତ୍ମିକ ପୁସ୍ତକ “ହିମାଳୟର ସାଧୁ ସନ୍ଥ ବାଣୀ ” ଉନ୍ମୋଚିତ ହୋଇଥିଲା l ଡ଼ଃ. ନୃସିଂହାନନ୍ଦ ମହାପାତ୍ର ପୁଲବାଣୀ ତଥା ରାଜ୍ୟର ଜଣେ ଆଗ ଧାଡ଼ିର ସାହିତ୍ୟିକ l ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସେ ବହୁ ସମ୍ମାନରେ ସମ୍ମାନୀତ ହୋଇଛନ୍ତି l ଏପର୍ଯ୍ୟନ୍ତ ତାଙ୍କର ତିରିଶିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇ ସାରିଛି l କମଳା ପ୍ରକାଶିନୀ ତାଙ୍କର ନିଜସ୍ୱ ପ୍ରକାଶିନୀ l ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହ ସେ ଜଡିତ ଥିଲା ବେଳେ ଅଧୁନା ସେ ଫୁଲବାଣୀ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ସହ ତାଲିମପ୍ରାପ୍ତ ଅଧିକାରୀ ଅଛନ୍ତି l ତାଙ୍କର ଏହି ସଫଳତା ପାଇଁ ଜିଲ୍ଲାର ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l