ଚୋରା ବାଲି ସମ୍ରାଟ ଗିରଫ ପରେ ଆଉ ଜଣେ କୁବେର ମଦ ବ୍ୟବସୟୀ ପାଖରୁ ପେଟି ପେଟି ଟଙ୍କା ଜବତ : ଅନ୍ୟ ମଦ ବ୍ୟବସୟୀ ଓ ବାଲି ମାଫିଆ ମାନଙ୍କ ପାଳି କେବେ ?

add-all

ଭୁବନେଶ୍ୱର : ୮-୧୨ ଗଞ୍ଜାମ ଜିଲ୍ଲାରେ ଦୀର୍ଘ ଦଶନ୍ଧି ଧରି ଚାଲିଥିଲା ଚୋରା ବାଲି ବ୍ୟବସାୟ। ଏହି ଚୋରା ବାଲିର ସର୍ଦାର ତଥା ସମ୍ରାଟ କୃପାସିନ୍ଧୁ ମୁଦୁଲି କୁ କୋଦଳା ପୋଲିସ ଧରିବା ପରେ ଟିକେ ଟିକେ ଗୁମର ଖୋଲିଲା। କୋଟି କୋଟି ଟଙ୍କାର ମାଲିକ ଥିବା ସମ୍ପର୍କରେ ପର୍ଦ୍ଧାଫାସ ହୋଇଥିଲା। ଏବେ ବାଲି ପରେ ମଦ ବ୍ୟବସାୟ ମାଲିକ ର ଗୁମର ଖୋଲୁଛି। ଭାତହାଣ୍ଡିରୁ ଗୋଟେ ଭାତ ଚିପିଲା ଭଳି ଜଣେ ମଦ ବ୍ୟବସାୟୀ ପାଖରୁ ଦୁଇ ସହ କୋଟି ରୁ ଉର୍ଦ୍ଧ ଟଙ୍କା ଜବତ ହେଲା। ସାରା ରାଜ୍ୟ ରେ ଏହି ଭଳି ମଦ ବ୍ୟବସାୟୀ କେତେ ଅଛନ୍ତି। ତାହାର ହିସାବ କାହା ପାଖରେ ରହିଛି ବୋଲି ଚର୍ଚ୍ଚା ହେଲାଣି। ଗରିବ ରାଜ୍ୟ ରେ ଏହି ଭଳି ପେଟି ପେଟି ଟଙ୍କା ରଖିଥିବା ମଦ ବ୍ୟବସୟୀ ମାନଙ୍କ ସଂଖ୍ୟା ଯେତିକି ତା ଠାରୁ ଅବକାରୀ ବଡ଼ ବାବୁ ଙ୍କ ସଂଖ୍ୟା ମଧ୍ୟ ସେତିକି ଅଧିକ ବୋଲି ଏବେ ଚର୍ଚ୍ଚା ହେଉଛି। ନିସର୍ତ୍ତ ରେ ରୀତିମତ ଗଞ୍ଜାମ ଜିଲ୍ଲା ରେ ଚୋରା ବାଲି ବ୍ୟବସାୟ ଓ ଅପମିଶ୍ରଣ ମଦ ବିକ୍ରି ହେବା ଏବଂ ମହୁଲ ସ୍ଥାନରେ ଗୁଡ଼, ଇଷ୍ଟ ଓ ୟୁରିଆ ବ୍ୟବହାର କରି ପୋଚ ପ୍ରସ୍ତୁତ ସମ୍ପର୍କ ରେ ଖବର ପ୍ରକାଶ ପାଇଛି। ସରକାର ଦେଶୀମଦ ଭାଟି ପାଇଁ ଲାଇସେନ୍ସ ଦେବା ପରେ ଉକ୍ତ ଭାଟି ରେ କେତେ ମଦ ପ୍ରସ୍ତୁତ ହେଉଛି। ତାହାର ହିସାବ ରଖିବା ପାଇଁ ଥିବା କେତେକ ବଡ଼ବାବୁ ଠାରୁ ତଳିଆ କର୍ମଚାରୀ ମାନେ ମଦ ବ୍ୟବସୟୀ ଙ୍କ ସହ ହାତକୁ ହାତ ମିଶାଇ ଅତ୍ୟାଧିକ ମଦ ପ୍ରସ୍ତୁତ କରିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସରକାର ଙ୍କ ନୀତି ନିୟମ କୁ ଉଲଘଂନ କରି ବିକ୍ରି ବଟା ରେ ସହଯୋଗ କରିବା ମଧ୍ୟ ଅଭିଯୋଗ ହୋଇ ଆସୁଛି। ସରକାର ଙ୍କ କୋଟି କୋଟି ଟଙ୍କା ରାଜସ୍ୱ କ୍ଷତିର ନଗ୍ନ ନମୁନା ଏହି କୁବେର ମଦ ବ୍ୟବସୟୀ ଙ୍କ କୋଟି କୋଟି ଟଙ୍କା ଜବତ ହେବା ଘଟଣା ଦେଖିବାକୁ ମିଳିଛି। ମଦ ବ୍ୟବସାୟ ରେ ମାତ୍ରାଧିକ ଲାଭ ଯୋଗୁଁ ନେତା ଠାରୁ ଆରମ୍ଭ କରି ଧରପଗଡ଼ ର ଦାୟିତ୍ୱବାନ ବାବୁ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ରେ ଏହି ମଦ ବ୍ୟବସାୟ ଚାଲୁଥିବା ଚର୍ଚ୍ଚା ହେଉଛି। ଦେଶୀମଦ ଭାଟି ପ୍ରସ୍ତୁତି ପାଇଁ ଲାଇସେନ୍ସ ଦେବାର ହିସାବ ସରକାରଙ୍କ ପାଖରେ ରହିଛି। ହେଲେ ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଭାଟିରେ କେତେ ମଦ ପ୍ରସ୍ତୁତ ହେଉଛି।କଣ ସତରେ ତାହାର ହିସାବ ସରକାର ଙ୍କ ପାଖରେ ନାହିଁ କି ? ଆଜି ଏହି ଭଳି ପେଟି ପେଟି ଟଙ୍କା କୁ ନିଜେ ଚଢ଼ାଉ କରିଥିବା ଅଧିକାରୀ ମାନେ ଦେଖି ତାଜୁବ ହୋଇଛନ୍ତି। ଶେଷରେ ଟ୍ରକ ଯୋଗେ ଗଣତି କରିବାକୁ ବ୍ୟାଙ୍କକୁ ନେବାକୁ ପଡିଛି। ଦାୟିତ୍ୱ ରେ ଥିବା ସରକାରୀ କୁବେର ବାବୁ ମାନଙ୍କ ଅସଲ ମୁଖା ଓ ବାବୁ ମାନଙ୍କ ସହଯୋଗ ରେ ମଦ ବ୍ୟବସାୟ କରି ପେଟି ପେଟି ଟଙ୍କା ରଖିଥିବ ବ୍ୟବସାୟ ଙ୍କ ଉପରେ ଅଙ୍କୁଶ କେବେ ଲାଗିବ ବୋଲି ଚର୍ଚ୍ଚାର ବିଷୟ ହୋଇଛି। ଚୋରା ବାଲି ସମ୍ରାଟ ଏବେ ଜେଲରେ ସମ୍ରାଟ କୁ ସହଯୋଗ ଓ ତାର ପାର୍ଟନେର ଥିବା ବାବୁ ମାନେ ଖୁଲାମ ଖୁଲା ବହାରେ ଏବେ ବୁଲୁଛନ୍ତି। ଚୋରା ବାଲି ଓ ମଦ ବ୍ୟବସାୟ ରେ ନେତା ଓ ଅଧିକାରୀ ସିଧା ସମ୍ପୃକ୍ତି ନେଇ ଚର୍ଚ୍ଚା ହେଲେ ମଧ୍ୟ ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ଯାହାକୁ ନେଇ ସନ୍ଦେହ ଉଙ୍କି ମାରୁଛି l

ad-week
Leave A Reply

Your email address will not be published.