ମୁକ୍ତିକାନ୍ତଙ୍କ ନୂତନ ଭୋଟର ପଞ୍ଜିକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ

add-all

ଫୁଲବାଣୀ : ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ଓଡିଶା ପ୍ରଦେଶ ରାଜ୍ୟସଭାପତି ଅଭିଳାଶ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ନୂତନ ଜିଲ୍ଲା ସଭାପତି ମୁକ୍ତିକାନ୍ତ ମହାନ୍ତି ବିଭିନ୍ନ ମହାବିଦ୍ୟାଳୟ ଠାରେ ନୂତନ ଭୋଟର ପଞ୍ଜିକରଣ କାର୍ଯ୍ୟକ୍ରମ କରିଥିଲେ l ଏହିକାର୍ଯ୍ୟକ୍ରମ ରେ କନ୍ଧମାଳ ଜିଲ୍ଲା ସାଧାରଣ ସମ୍ପାଦକ ଲଙ୍ଗରାଜ ଦଳବେହେରା, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ସୁଧାଂଶୁ ଗୁରୁ,ଗୋଲକ ମଲ୍ଲିକ, ଯୁବମୋର୍ଚ୍ଚା ଖଜୁରୀପଡା ମଣ୍ଡଳ ସଭାପତି ରାଇ କିଶୋର ପ୍ରଧାନ, ପୂର୍ବତନ ଏସି ମୋର୍ଚ୍ଚା ସଭାପତି ଅନନ୍ତ ଦିଗାଲ, ବିଶ୍ଵରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ନୂଆ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ ଥିଲେ l

ad-week
Leave A Reply

Your email address will not be published.