
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜୀଵିକା ମିଶନ ସହଯୋଗରେ “ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ” ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଅଛି।, ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ବିଡିଓ ଶ୍ରୀ ନିଶାନ କୁମାର ମିଶ୍ର ପ୍ରଦୀପ ପ୍ରଜ୍ଜଳନ କରି ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ରାଜନଗର ତହସିଲଦାର ଶ୍ରୀ ଅଜୟ କୁମାର ମହାନ୍ତି ଯୋଗଦେଇଥିବା ଵେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କର୍ମନିୟୋଜନ କାର୍ଯ୍ୟାଳୟର କର୍ମଚାରୀ ବିଜୟ କୁମାର ପତି ଓ ଜିତେନ୍ଦ୍ର କୁମାର ସେଠୀ ଉପସ୍ଥିତ ଥିଲେ।ଜୀବିକା ମିଶନର ବ୍ଲକ ବିପିଏମ୍ ଶ୍ରୀ ରଶ୍ମିରଞ୍ଜନ ଦାସ ସଭା ପରିଚାଳନା କରିଥିଲେ। ଏଥିରେ ୧୮ବର୍ଷରୁ ୩୫ବର୍ଷ ପର୍ଯ୍ୟନ୍ତ ଵେରୋଜଗାରୀ ଯୁବକ ଯୁବତୀ ମୋଟ ୩୨୧ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ସର୍ଵାଧିକ ଯୁଵତୀଙ୍କ ସଂଖ୍ୟା ଦେଖିବାକୁ ମିଳିଛି। ଏହି ମେଳାରେ ସିପେଟ ଓ ଏଲ୍ଆଣ୍ଡଟି ସମେତ ପ୍ରାୟ ୧୦ଟି କମ୍ପାନୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ଜୀଵିକା ମିଶନ ସଂଯୋଜକ ନିହାର ରଞ୍ଜନ ବିଶ୍ବାଳ ଓ ଅଜିତ କୁମାର ପଣ୍ଡା ପରିଚାଳନା କରିଥିଲେ।