୭୦ ତମ ରାଜ୍ୟସ୍ତରୀୟ ପୁରୁଷ ଭଲିବଲ ଟୁର୍ଣ୍ଣାମେଣ୍ଟ

youtube

ଫୁଲବାଣୀ : କନ୍ଧମାଳରେ ଆରମ୍ଭ ହୋଇଛି ୭୦ ତମ ରାଜ୍ୟ ସ୍ତରୀୟ ପୁରୁଷ ଭଲି ବଲ ଟୁର୍ନାମେଣ୍ଟ , କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଏହାକୁ ଅନୁଷ୍ଠାନିକ ଭାବେ ପତାକା ଉତୋଳନ କରି ଉଦଘାଟନ କରିଛନ୍ତି, ତାଙ୍କ ସହ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ଫୁଲବାଣୀ ବିଧାୟକ ଅଙ୍ଗଦ କଁହର , ରାଜ୍ୟ ଭଲିବଲ ସମ୍ପାଦକ ଗଗନେନ୍ଦୁ ଦାସ, ଓ ଜିଲ୍ଲା କ୍ରୀଡା ସଙ୍ଘର ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ଓ ରାଜ୍ୟ ଭଲିବଲ ସଂଘର କାର୍ଯ୍ୟକାରୀ ସଭାପତି ଯୋଗ ଦେଇଥିଲେ। ଏଥିରେ ମୋଟ ୩୦ ଟି ଜିଲ୍ଲାରୁ ୩୧ ଟି ଟିମ ଭାଗ ନେଇଛନ୍ତି, ସେଥିରୁ ଫୁଲବାଣୀ ରେ ୧୯ ରି ଦଳ ବାଲିଗୁଡା ରେ ୬ ଟି ଦଳ ଓ ରାଇକିଆ ଠାରେ ୬ ଟି ଦଳ ଖେଳିବେ. କନ୍ଧମାଳର ୩ ଟି ଜାଗାରେ ଫୁଲବାଣୀ, ବାଲିଗୁଡା ଓ ରାଇକିଆ ଠାରେ ଦିବା ରାତ୍ର ମ୍ୟାଚ ଅନୁଷ୍ଠିତ ହେବ। ଏହାଛଡା ମହିଳା ଭଲିବଲ ଟୁର୍ନାମେଣ୍ଟ ବୌଦ୍ଧ ଠାରେ ଖେଳାଯିବ ଓ ୧୫ ଟି ଦଳ ଏଥିରେ ଯୋଗ ଦେବେ l କନ୍ଧମାଳର ପ୍ରିୟ ଢ଼ାବା ଭଳିବଲକୁ ମାନ୍ୟବର ସାଂସଦଙ୍କ ପରାମର୍ଶରେ ୧୨ ଟି ଢ଼ାବା ଭଳିବଲ ଟିମ କୁ ନେଇ ଦାରିଙ୍ଗବାଡି ଠାରେ ଆୟୋଜନ କରାଯାଇଛି l ଏହି ଖେଳ ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ l

Leave A Reply

Your email address will not be published.