
ଦାରିଙ୍ଗବାଡ଼ି , ୮ /୧୨, ବଲିଉଡ଼ର ଫଲି କଳାକାର ଦାରିଙ୍ଗବାଡ଼ି ମାଟିର ଓଡ଼ିଆ ପୁଅ ବରୁଣ ବିଶୋଇ ଏବଂ ସହକଳାକାର ଶିବଶମ୍ଭୁ ଦିଗାଳ ଙ୍କୁ ତାଙ୍କ ସାଙ୍ଗସାଥି ଏବଂ ଦାରିଙ୍ଗବାଡ଼ି ଅଞ୍ଚଳବାସୀଙ୍କ ପକ୍ଷରୁ ଆଜି ସ୍ୱାଗତ ସମ୍ବର୍ଦ୍ଧନା ଜଣା ଯାଇଛି। ଏହି କାର୍ଯ୍ୟକ୍ରମ ହୋଟେଲ ମିଡଟାଉନରେ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଞ୍ଚଳବାସୀଙ୍କ ସହିତ ବହୁ ବୁଦ୍ଧିଜୀବୀ, ସମାଜ ସେବୀ ଓ ଗଣ ମାଧ୍ୟମ ପ୍ରତିନିଧି ସମୁହ ଉପସ୍ଥିତ ଥିଲେ। ଦୁଇ ବୋଲିଉଡ଼ କଳାକାରଙ୍କୁ ଫୁଲମାଳ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସେମାନେ ବୋଲିଉଡ଼ ରେ ବେଶ ପରିଚିତ । ପିଲା ଦିନରୁ ବରୁଣଙ୍କ ମ୍ୟୁଜିକ ପ୍ରତି ଆଗ୍ରହ ଥିଲା ଯାହା ତାକୁ ବୋଲିଉଡ଼ ପର୍ଯ୍ୟନ୍ତ ଟାଣି ନେଇଛି। ଯାହାରି ଫଳରେ ବରୁଣ ଶେଷରେ ଏ ଦିଗରେ ସଫଳ ମଧ୍ୟ ହୋଇଛନ୍ତି। ଦମନ ଚଳଚ୍ଚିତ୍ରରେ ଫଲି କଳାକାର ଭାବେ ଦାୟିତ୍ବ ତୁଲାଇଛନ୍ତି ବରୁଣ ବିଶୋଇ ଏବଂ ସହ କଳାକାର ଭାବେ ଶିବଶମ୍ଭୁ ଦିଗାଳ। ଶିବଶମ୍ଭୁ ଖବରକାଗଜ ବିତରକରୁ ତାଙ୍କ ଜର୍ନି ଆରମ୍ଭ କରି ଏହି ସ୍ଥାନରେ ପହଞ୍ଚିଛନ୍ତି । ଫଲି କଳାକାର ହେଉଛି ଏଭଳି ଏକ କଳାକାର ନାୟକ ଠାରୁ ଆରମ୍ଭ କରି ଅଭିନୟ କରୁଥିବା ସମସ୍ତ କଳାକାରଙ୍କ ଚାଲି ,ଚଳଣି ,ଚଳଚ୍ଚିତ୍ର ରେ ବ୍ୟବହାର କରାଯାଉଥିବା ଯନ୍ତ୍ର ବା ବସ୍ତୁର ଶବ୍ଦକୁ ଅବିକଳ କରିବା ଏଥି ସହିତ ଚାଲିବା , ଦୌଡ଼ିବା, କାଶିବା ଭଳି ସମସ୍ତ ପ୍ରକାର ଶବ୍ଦ ପ୍ରଦାନକୁ ଜୀବନ୍ତ ଫୁଟାଇଥାନ୍ତି ଏହି କଳାକାର । ବରୁଣ ୨୦୦୭ ରେ ସେ ଫଲି ରେକର୍ଡିଷ୍ଟ ଭାବେ କାମ କରି ପଛକୁ ନ ଫେରି ଆଜି ଜଣେ ସଫଳ ଫଲି କଳାକାର ହୋଇପାରିଛନ୍ତି। ଶିବଶମ୍ଭୁ ଖବରକାଗଜ ବିତରକ କାମ କରୁଥିଲେ ହେଲେ ତାଙ୍କ ଇଚ୍ଛା ଶକ୍ତି ଯୋଗୁଁ ସେ ବୋଲିଉଡ଼ରେ ପହଞ୍ଚି ସହ ଫଲିକଳାକାର ଭାବେ ନିଜକୁ ପରିଚିତ କରିପାରିଛନ୍ତି।