ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ ମନ୍ତ୍ରୀ ଉଷାଦେବୀ…

add-all

ଚିକିଟୀ : ଆଜି ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ର ଉଦ୍ଘାଟନ କରିଥିଲେ। ସେଥି ମଧ୍ୟରୁ ଚିକିଟୀ ଗଡ ଗୁଣ୍ଡିଚା ମନ୍ଦିର ନିକଟରେ ବାଉରୀ ସାହି କଲ୍ଯାଣ ମଣ୍ଡପ ୩୬ ଲକ୍ଷ, ଚିକିଟୀ ପେଣ୍ଠରେ ଥିବା ଆଦର୍ଶ କଲୋନୀ ନିକଟରେ ମିଶନ ଶକ୍ତି ଆନୁକୂଲ୍ୟରେ ହୋଇଥିବା ମିଶନ ଶକ୍ତି କାଫେ ୯.୫୦.୦୦୦,ବର୍ଜ୍ୟବସ୍ତୁ ପରିଚାଳନ କେନ୍ଦ୍ର ନିକଟରେ ନିର୍ମିତ ୱେଷ୍ଟ ଆଣ୍ଡ ମେନଜ ମେଣ୍ଟ ସଂସ୍ଥା ତରଫରୁ ଫେଭର ବ୍ଲୋକ ୟୁନିଟ ୧୧ ଲକ୍ଷ ସେହିପରି ଚିକିଟୀ ଗଡ ବିଦ୍ୟୁତ ଅଫିସ ଛକ ନିକଟରେ ଥିବା ତେନ୍ତୁଳିଆ ବନ୍ଧ ହିଡରେ ଚିକିଟୀର ବରିଷ୍ଠ ନେତା ତଥା ରାଜନୀତିର
ଚାଣକ୍ୟ କୁହାଯାଉଥିବା ସ୍ବର୍ଗତ ଦୁର୍ଗାପ୍ରସାଦ ଦେଓଙ୍କ ସ୍ମୃତିରେ ଦୁର୍ଗାପ୍ରସାଦ ଶିଶୁ ଉଦ୍ୟାନ ନିର୍ମିତ ୧୭ ଲକ୍ଷ୍ୟ ବ୍ୟୟ ବରାଦ ରେ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକର୍ମରେ ମନ୍ତ୍ରୀଙ୍କ ସୁପୁତ୍ର ଶ୍ରୀ ଚିନ୍ମୟା ନନ୍ଦ ଶ୍ରୀରୁପ ଦେଓ,ଶ୍ରୀ ସୁରେନ୍ଦ୍ର ନାଥ ମଣ୍ଡଳ,ଚିକିଟୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପାକୁମାରୀ ସାହୁ,ଜିଲ୍ଲା ପ୍ରକଳ୍ପ ଅଧିକାରୀ ନୀଳମାଧବ ଭୋଇ,କାର୍ଯ୍ୟନିର୍ବାହୀ ଅଧିକାରୀ କୁଳଦୀପ କୁମାର,ସ୍ଥାନୀୟ ତହସିଲଦାର,ବିଡିଓ,ସମ୍ମନ୍ନିତ ଶିଶୁ ବିକାଶ ଅଧିକାରୀ ଗୀତାଞ୍ଜଳି ପାଣିଗ୍ରାହୀ,ପ୍ରମୁଖ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ଆଗକୁ ନେବା ସକାଶେ ଠିକାଦାର ଧର୍ମା ସାହୁ,ପ୍ରଶାନ୍ତ କୁମାର ସାହୁ,ରଘୁନନ୍ଦନ ସାହୁ,ଶ୍ରୀଧର ସାହୁ ଙ୍କ ସହ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କାଉନ୍ସିଲର, କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରା, ପରିଷଦର ସମସ୍ତ କର୍ମଚାରୀ ଯୋଗ ଦାନ କରିଥିବା ବେଳେ ଅଞ୍ଚଳର ସମାଜସେବୀ, ଯୁବପିଢି ଓ ଏସ ଏସ ଜି ଗ୍ରୁପର ମହିଳାମାନେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେଇଥିଲେ।

ad-week
Leave A Reply

Your email address will not be published.