
ଫୁଲବାଣୀ : ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦ ଓଡିଶା ତରଫରୁ ସ୍ଥାନୀୟ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶଙ୍କରାଖୋଲ ପରିସରରେ ଜୋନାଲ ସ୍ତରୀୟ ଅନ୍ତଃ ମାଧ୍ଯମିକ ବିଦ୍ୟାଳୟ କବାଡି ପ୍ରତିଯୋଗିତା ଅନିଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରଦନ ମଲ୍ଲିକ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଦ୍ବାରା ଏହି ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଉଦଘାଟିତ ହେଇଯାଇଛି । ଆସନ୍ତା ୧୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗୀତାରେ ସମ୍ମାନିତ ଅତିଥ୍ ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜାନକୀ ପ୍ରଧାନ ଓ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ମନୋରଞ୍ଜନ ପାତ୍ର ଯୋଗ ଦେଇ ପ୍ରତିଯୋଗୀ ଦଳମାନଙ୍କୁ ଉତ୍ସାହିତ କରିବା ସହ ଖେଳ ଏକ ସୌହାଦ୍ଧପୂର୍ଣ ପରିବେଶ ସୃଷ୍ଟି କରେ ବୋଲି ବକ୍ତବ୍ୟ ରଖିଥିଲେ । ଦୀର୍ଘ ୩ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ ଶଙ୍କରାଖୋଲ ଓ ତୁମୁଡିବନ୍ଧ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ତୁମୁଡିବନ୍ଧ ବିଜୟ ହାସଲ କରିଛି । ଏହି ପ୍ରତିଯୋଗୀତା ମାନଙ୍କରେ ଶଙ୍କରାଖୋଲ, ତୁମୁଡିବନ୍ଧ, ହରଭଙ୍ଗା, ଜୁନାଗଡ, ପୁରୁଣାକଟକ, ଧର୍ମଗଡ, ଭାବନିପାଟଣ, ବଲାଙ୍ଗୀର, ଜନପଙ୍ଗ, ଖରିଆର, ଧନଞ୍ଜୟପୁର, ଖଜୁରୀପଡା ବିଷମକଟକ, ବେଲଗ୍ରାମ, ଜି.ଉଦୟଗିରୀ ଓ ଦାରିଙ୍ଗିବାଡି ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଛାତ୍ର ପ୍ରତିନିଧି ମାନେ ଯୋଗଦେବାକୁ ନିର୍ଦ୍ଦେଶ ରହିଛି । ପ୍ରତିଯୋଗୀତାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଅଞ୍ଚଳ ସ୍ତରର କ୍ରୀଡା ଶିକ୍ଷକ ଏମ ବାଳକ୍ରୀଷ୍ଣା ଦୋରା, ସୁଶାନ୍ତ କୁମାର ଭୋଳ, ଶ୍ୟାମ ସୁନ୍ଦର ସାହା, ସଞ୍ଜୟ କୁମାର ସାହୁ, ସୁଶୀଲ କହଁର, ଚିନମୟୀ ପ୍ରଧାନ, ସାଗରିକା ମହାପାତ୍ରଙ୍କୁ ଦାୟିତ୍ବ ପ୍ରଦାନ କରଯାଇଥି ବା ବେଳେ ସ୍ଥାନୀୟ ଆଞ୍ଚଳିକ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ,ଶଙ୍କରାଖୋଲର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନ ମୁଖ୍ୟ ପରିଚାଳକ ଭାବେ ଦାଇତ୍ବ ନିର୍ବାହ କରୁଥିଲାବେଳେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣ –ଶିକ୍ଷାକର୍ମଚାରୀ ଓ ସ୍ଥାନୀୟ ଯୁବ ସଂଗଠନ ସହଯୋଗ ଦେଇ ଆସୁଛନ୍ତି । କହିବା ବାହୁଲ୍ୟଯେ ଆସନ୍ତା ତା- ୧୦ ଡିସେମ୍ବର ରିଖ ଦିନ ଏହାର ଉଦଯାପନୀ ଉତ୍ସବ ଆୟୋଜିତ ହେବ ଏବଂ ଏହି ଦିନ ଫାଇନାଲ ଖେଳରେ ପୁରସ୍କାର ବିତରଣ କରାଯିବାକୁ ସ୍ଥିର କରାଯାଇଛି ।