ଷ୍ଟ୍ରବେରି ଚାଷ ନେଇ ପ୍ରଶିକ୍ଷଣ ଶିବିର…

add-all

ଦାରିଙ୍ଗବାଡି,୯/୧୨:ଜିଲ୍ଲା ପ୍ରଶାସନର ସହାୟତା କ୍ରମେ ଫୁଲବାଣୀ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ଷ୍ଟ୍ରବେରି ଚାଷ ନେଇ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ପ୍ରଶିକ୍ଷଣ ଶିବିରରେ ଅବସରପ୍ରାପ୍ତ ଜିଲ୍ଲା ଉଦ୍ୟାନ ଅଧିକାରୀ ମିହିର ରଂଜନ ସାମନ୍ତରାୟ ଓ ମୃତ୍ତିକା ସଂରକ୍ଷଣ ବିଭାଗର ପିଆଇଏ ହୃଷୀକେଶ ପ୍ରଧାନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଷ୍ଟ୍ରବେରି ଚାଷ ପ୍ରଣାଳୀ ସହ ବିକ୍ରୟ ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ଦେଇଥିଲେ । ଗ୍ରୀନବାଡ଼ିର ଏଲିଜାବେଥ ସଂଘ ୧୫ ହଜାର, ସୁଲୁମାହାର ଆସାସ୍ୱର ସଂଘ ୩୩ ହଜାର ୯୫୦ ଓ ପଞ୍ଚୁପଲ୍ହିର ଜୀବନ ଜ୍ୟୋତି ମହିଳା ସ୍ୱୟଂ ଗୋଷ୍ଟି ୩୮ ହଜାର ଷ୍ଟ୍ରବେରି ଚାରା ରୋପଣ କରିଛନ୍ତି । ପୂର୍ବ ବର୍ଷ ଭଳି କିଭଳି ଚଳିତ ବର୍ଷ ଅଧିକ ଷ୍ଟ୍ରବେରି ଅମଳ ହେବା ସହ ଭଲ ଲାଭ ବାନ ହୋଇପାରିବେ ସେନେଇ ଆଲୋଚନା ହୋଇଥିଲା। ପ୍ରଶିକ୍ଷଣ ଶିବିରରେ ଏସଇଡବ୍ଲୁ ଅନନ୍ତ ଜେନା,ବୈଷୟିକ ବିଶେଷଜ୍ଞ ବିଶ୍ଵପ୍ରକାଶ ଜେନା, ସିବିଟି ଗୁରୁ ପ୍ରସାଦ ସାହୁ, ଡିଇଓ ସମୀର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.