
ହିଞ୍ଜିଳିକାଟୁ, ୯ା୧୨: ହିଞ୍ଜିଳିକାଟୁ ବ୍ଳକ ପୋଚିଲିମା ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଶନିବାର ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଂଯୋଜନାରେ ଶିକ୍ଷାର୍ଥୀ ମାନେ ବିଦ୍ୟାଳୟ ପରିସରରୁ ଏକ ସଚେତନତା ରାଲିରେ ବାହାରିଥିଲେ । ସଡକ ସୁରକ୍ଷା ସଚେତନତା ସମ୍ବନ୍ଧୀୟ ସ୍ଳୋଗାନ ଦେବା ସହ ଲିଫ୍ଲେଟ ଧରି ଜନ ସଚେତନତା ସୃଷ୍ଟି କରିଥିଲେ । ପରେ ୫୯ନଂ ଜାତୀୟ ରାଜପଥ ପୋଚିଲିମା ଛକରେ ରହି ଶିକ୍ଷାର୍ଥୀ ମାନେ ବିନା ହେଲେମଟେରେ ବାଇକ ଚାଳନା କରୁଥିବା ଆରେହୀଙ୍କୁ ବାଇକ ଚାଳନା ସମୟରେ ହେଲମେଟ ପିନ୍ଧିବା ଏବଂ ସିଟ୍ ବେଲ୍ଟ ବ୍ୟବହାର କରୁନଥିବା ମୋଟର ଗାଡି ଚାଳକଙ୍କୁ ଗାଡି ଚାଳନା ସମୟରେ ସିଟ୍ ବେଲ୍ଟ ବ୍ୟବହାର କରିବା ପାଇଁ ଅନୁରୋଧ କରିବା ସହ ଜନସଚେତନତା ସୃଷ୍ଟି କରିଥିଲେ । ହିଞ୍ଜିଳି ଥାନା ଏସ.ଆଇ. ସିଦ୍ଧାର୍ଥ ଜେନା, କନେଷ୍ଟବଳ ସରୋଜ ରଣସିଂ, ସୁଶାନ୍ତ ନାହାକ, ଗିରିଶଚନ୍ଦ୍ର ସାହୁ, ଅଧ୍ୟାପକ ନିଳାଞ୍ଚଳ ପାଣିଗ୍ରାହୀ, ସଞ୍ଜୟ ଷଡଙ୍ଗୀ, ନୃସିଂହ ପଟ୍ଟନାୟକ, ପ୍ରଦୀପ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସହଯୋଗ କରିଥିଲେ ।