
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଉନ୍ନୀତ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆରେ ବିଦ୍ୟାଭରତୀ ଶିକ୍ଷାବିକାଶ ସମିତି ଆନୁକୂଲ୍ୟରେ ସରସ୍ବତୀ ଶିଶୁ ମନ୍ଦିରର ଫୁଲବାଣୀ ସଂକୁଳସ୍ତରୀୟ ବାର୍ଷିକ କ୍ରୀଡ଼ାପ୍ରତିଯୋଗିତା ହୋଇଯାଇଛି। ବିଦ୍ୟା ମନ୍ଦିରର ପ୍ରଧାନଆଚାର୍ଯ୍ୟ ପ୍ରଦ୍ୟୁମ୍ନ ବିଶିଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତକାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟ ନୀଳଗିରି ଦିଗାଲ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମାଧ୍ୟରେ ଫିରିଙ୍ଗିଆ ଶିଶୁ ମନ୍ଦିର ପରିଚାଳନା କମିଟିର ଉପସଭାପତି ସତ୍ୟପ୍ରକାଶ ପାଣିଗ୍ରାହୀ, ସମ୍ପାଦକ ଅଜିତ ସାହୁ, ଫୁଲବାଣୀ ସଂକୁଳ ପ୍ରମୁଖ ପବିତ୍ର ସାହୁ, ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର ପାଢ଼ୀ, ଫିରିଙ୍ଗିଆ ଶିଶୁ ମନ୍ଦିରର ପୂର୍ବତନ କୋଷାଧକ୍ଷ ଅରବିନ୍ଦ କହଁର ଯୋଗ ଦେଇଥିଲେ। ଉଦ୍ଘାଟନୀ ଉତ୍ସବରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ମଶାଲ ଶୋଭାଯାତ୍ରା କରାଯାଇଛି।