ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଫିରିଙ୍ଗିଆ ବ୍ଲକ୍ ସଂଘ ଶାଖାର ପୁର୍ନଗଠନ

add-all

ଫୁଲବାଣୀ (୧୨/୧୨) : ଆଜି ଅପରାହ୍ନ ୪-୩୦ ମିନିଟ୍ ସମୟରେ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ଓପିଏସ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଫିରିଙ୍ଗିଆ ବ୍ଲକ୍ ସଂଘ ଶାଖାର ପୁର୍ନଃଗଠନ ହୋଇଛି ।ଏହି ଶିକ୍ଷକ ପ୍ରତିନିଧି ଚୟନ କାର୍ଯ୍ୟକ୍ରମକୁ ବରିଷ୍ଠ ପ୍ରଧାନ ଶିକ୍ଷକ ଶିକ୍ଷକ ବିନୋଦ ବିହାରୀ ପଣ୍ଡା ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ବେହେରା ସହଯୋଗ କରିଥିଲେ। ଫିରିଙ୍ଗିଆ ବ୍ଲକ୍ ଶିକ୍ଷକ ସଂଘ ସଭାପତି ଭାବରେ ସୀମାଞ୍ଚଳ ମୁଖୀ, ଉପସଭାପତି ଭାବରେ ସୁକାନ୍ତ କୁମାର ବେହେରା, ଜାହ୍ନବୀ ପ୍ରଭା ମହାନନ୍ଦ, ସାଧାରଣ ସମ୍ପାଦକ ଭାବରେ ଗୌରବ କହଁର,ସହ ସମ୍ପାଦକ ଭାବେ ପ୍ରଫୁଲ୍ଲ ମଲ୍ଲିକ, ଅର୍ଥ ସମ୍ପାଦକ ଭାବେ ଯୋଗେଶ୍ୱର ବେହେରା ଓ ବ୍ଲକ ସଂଯୋଜକ ଭାବରେ ବିକ୍ରମ ସିଂ କହଁର ସର୍ବସମ୍ମତ୍ତି ଭାବରେ ମନୋନୀତ ହୋଇଛନ୍ତି । ଶେଷରେ ପୁଣିଥରେ ସଭାପତି ଭାବରେ ଚୟନ କରିଥିବା ସଭାପତି ମୁଖୀ ସାର୍ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସମସ୍ତ ସୁବିଧା ଅସୁବିଧା ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରିବାକୁ ମତାମତ ଦେଇଥିଲେ । ଶେଷରେ ଆଜିର କାର୍ଯ୍ୟକ୍ରମ ପରିଚାଳନା କରିଥିବା ଓ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସାଂଗ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.