
ମାଲକାନଗିରି : ମାଲକାନଗିରି ଜିଲ୍ଳାର ଜିଲ୍ଲାର କୋରୁକୋଣ୍ଡା ବ୍ଲକର ପୁରୁଣା ଚିମଟାପାଲ୍ଲୀ ଓ ଚିତାପାରୀ-୩ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଆଜି ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହାକୁ କୋରୁକୋଣ୍ଡା ବ୍ଲକ ବିଡ଼ିଓ ଶିବ ପ୍ରସାଦ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରି ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ । ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ସୁରେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୁରୁଣା ଚିମଟାପାଲ୍ଲୀ ସରପଂଚ ରାଧେଶ ମାଡ଼କାମି, ନାଏବ ସରପଂଚ ଜୟନ୍ତୀ ବିଶ୍ୱାସ, ସମିତିସଭ୍ୟ ମଦନା ପମିଆ, ଚିତାପାରୀ -୩ ପଂଚାୟତର ସରପ୍ଜକ୍ଟ୍ର ତୁଳସୀବାଇ ନାଗେଶ୍ୱର ମାଝି, ପୋଟ୍ରେଲ ସରପଂଚ ଦଇମତି ପଡ଼ିଆମି, ସୋମନାଥପୁର ସରପଂଚ ମଞ୍ଜୁଳା ଶିଶ, କୋରୁକୋଣ୍ଡା ସରପଂଚ ପଦ୍ମା ମାଡ଼କାମି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁବାଷ ପଡ଼ିଆମି, ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ନୋଡାଲ ଅଧିକାରୀ ରାଜେନ୍ଦ୍ର ମହାକୁର, ଓରକେଲ ଏସବିଆଇ ଶାଖା ପରିଚାଳକ କଙ୍କଣ ବିଶ୍ୱାସ, ଡାକଘର ନିରୀକ୍ଷକ ପଙ୍କଜ କୁମାର, ଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ଲାଭ ନେବାକୁ ଆହ୍ୱାନ ଦେଇଥିଲେ । ଏ ଅବସରରେ ବିଭିନ୍ନ ଷ୍ଟଲ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନା, ପୋଷଣ ଅଭିଯାନ, ବ୍ୟାଙ୍କ, ଡାକଘର, କୃଷି ବିଭାଗର ବିଭିନ୍ନ ଷ୍ଟଲରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏଥିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କ ସ୍ୱାସ୍ଥ୍ୟ ପାରୀକ୍ଷା କରାଯିବା ସହ କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ନୂତନ ହିତାଧିକାରୀଙ୍କ ଆବେଦନ ଗ୍ରହଣ କରାଯାଇଥିଲା । ଏ ଅବସରରେ ଅରୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ ଯୋଗ୍ୟ ବିବେଚିତ ଛାତଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିସହ ସମସ୍ତଙ୍କୁ ବିକଶିତ ଭାରତ ପାଇଁ ସଙ୍କଳ୍ପ ଶପଥ ପାଠ କରାଯିବା ସହ ଡ଼୍ରୋନ ମାଧ୍ୟମରେ କୀଟନାଶକ ପ୍ରୟୋଗ ପ୍ରଦର୍ଶିତ କରାଯାଇଥିଲା ।