
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦରମହାକୁମାଠାରେ ଓଡ଼ିଶା ସରକାର ନୂଆ ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆଞ୍ଚଳିକ ଉଛ ମଅଧ୍ୟାତ୍ମିକ ବିଦ୍ୟାଳୟର ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର ଅଧ୍ୟକ୍ଷତାରେ ମହା ସମାରୋହରେ ଉଦଯାପିତ ହୋଇଯାଇଛି।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଆଡ଼ମା ରାବା ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡ ,ସମ୍ମାନିତ ଅତିଥି ଭାବେ ସାହିତ୍ତିକ ଲେଖକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନବୀନ ମାଡ଼କମି, ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ଏନ ନକୁଳ ରାଜୁ, ଲୋକସଭା ସଦସ୍ୟ ପ୍ରତିନିଧି ଚିନାମ ରେବିଟ, ଜିଲ୍ଲା ପରିଷଦ ସଭ୍ୟା ସୁରଭି ଭୌମିକ, ବ୍ଲକ ବିଜେଡ଼ି ସଭାପତି ମହମ୍ମଦ ଫାରୁକ, ସମାଜ ସେବୀ ରାଘବ ରାଓ ମଞ୍ଚାସନ ଥିଲେ।ସମସ୍ତ ଅତିଥି ଓ ବକ୍ତା ନୂଆ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡା ସଂସ୍କୃତିକ ଓ ସମାଜ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଅଧ୍ୟପକ ଶିକ୍ଷକ ଓ ଜନସାଧାରଣ ପ୍ରଜ୍ଞାନ ଭାବେ ବୁଝାଇ ଥିଲେ।ଏହି ଅବସରରେ ଅଧ୍ୟକ୍ଷ ପରମାନନ୍ଦ ମହାପାତ୍ର ଙ୍କ ସୁ ରଚିତ ପୁସ୍ତକ ଓଡ଼ିଆ ଭାଷାରେ ଉତ୍ପାତି ଓ ବିକାଶ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକଙ୍କୁ ଭାରତର କୃଷକ ଆତ୍ମହତ୍ୟା ର କାରଣ ଓ ନିରାକରଣ ନାମକ ଦୁଇଟି ପୁସ୍ତକ ଉନ୍ନଚନ ହୋଇଥିଲା।ମହିଳା ଓ ବାଳକ ବର୍ଷରେ କ୍ରିକେଟ, ଭଳିବଲ,ଫୁଟବଲ, କବାଡି, ଖୋକୋ,ସଟଫୁଟ, ଡିସ୍କସ ଥୋର, ଲଙ୍ଗ ଜମ୍ପ,ହାଇଜମ୍ପ,ପ୍ରଭୁତି ୧୪ ପ୍ରକାର କ୍ରୀଡ଼ା ପ୍ରତିଯୋଗିତାର କୁର୍ତୀ ପ୍ରତିଯୋଗୀକୁ ପୁରୁସ୍କାର ବଣ୍ଟନ କରାଯାଇଥିଲା।ଝିଅ ବର୍ଷା ରେ ଚମ୍ପିୟାନ ଭାବେ,ସବିତା ପଡ଼ିଆମି ଓ ପୁଅ ବର୍ଗରେ ମଧୁସୂଦନ ମାଡ଼କମି ଙ୍କୁ ସିଲ ଦେଇ ସମର୍ଦ୍ଧନା କରାଯାଇଥିଲା।ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ମାନଙ୍କ ମଧ୍ୟରେ ନିରଞ୍ଜନ ବେହେରା, ଅମୂଲ୍ୟ ରତ୍ନ, ଜିତେନ୍ଦ୍ର କୁମାର ନାୟକ, ପବିତ୍ର ମୋହନ ନାୟକ, ସଂଯୁକ୍ତ ସାହୁ,ମୋନିକା ଦେବୀ,ନାକା ସରିତା,ଜଗନ୍ନାଥ ସାହୁ,ପୁର୍ଣଚନ୍ଦ୍ର ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶିକ୍ଷକ ପ୍ରଶାନ୍ତ ପଡ଼ିଡା ସଂଯୋଜନା କରିଥିଲେ।ସଭା ଶେଷରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଶ୍ରୀ ଖେମୁଣ୍ଡ ରଚିତ ଗୀତ ଆଇଇଲାରେ ମାଲ୍ୟ ବନ୍ତ ଓ ନୃତ୍ୟ ପରିବେଷଣ କରି ଅନ୍ୟାନ୍ୟ ନୃତ୍ୟ ଓ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପର୍ଯ୍ୟନ୍ତ ପରିବେଷଣ ହୋଇଥିଲା।