“ଆଇନ୍‌ଗତ ସାକ୍ଷରତା ମାଧ୍ୟମରେ ମହିଳା ସଶକ୍ତିକରଣ”ର ଦୁଇ ଦିନିଆ କର୍ମଶାଳା…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସ୍ୱାତୀ” ଓ ୟୁ.ଏସ୍. କନସୁଲେଟ୍ ହାଇଦ୍ରାବାଦ୍ ମିଳିତ ପ୍ରୟାସରେ ଓଡିଶାରେ ମହିଳା ମାନଙ୍କୁ ଆଇନ୍‌ଗତ ସାକ୍ଷରତା ମାଧ୍ୟମରେ ସଶକ୍ତିକରଣ କରିବାକୁ ବିଭିନ୍ନ କର୍ମଶାଳା ଶୁଭାରମ୍ଭ ହୋଇଥିବା ବେଳେ ଆଜି ଅନୁଷ୍ଠାନରେ ବନ୍ଧଗଡ ସ୍ଥିତ ତାଲିମ୍ କେନ୍ଦ୍ରଠାରେ ଏକ ଦୁଇଦିନିଆ କର୍ମଶାଳା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସରୋଜବାଳା ଆଚାର୍ଯ୍ୟଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଓଡିଶା ଜିବୀକା ମିଶନ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସନ୍ତୋଶ କୁମାର ରଥ, ଜିଲ୍ଲା ଜେଣ୍ଡର (ପି.ସି.ଆଇ.) ସଂଯୋଜିକା ସୁପ୍ରଭା ପ୍ରଧାନ ଓ ଫି ଫିରଙ୍ଗିଆ ବ୍ଲକ ଶିକ୍ଷା ଅଧିକାରୀ ଅଶୋକ କୁମାର ମିଶ୍ର ଉପସ୍ଥିତ ରହି ଲିଙ୍ଗଗତ ଭେଦଭାବକୁ ନେଇ ହେଉଥିବା ବିଭିନ୍ନ ଭିନ୍ନ ପ୍ରକାର ହିଂସାକୁ ବିରୋଧ କରିବା ସହ ଏହି କର୍ମଶାଳା ଆଗାମି ଦିନରେ ମହିଳା ଙ୍କ ପାଇଁ ବାଟ ଦେଖାଇବ ପରିପ୍ରକାଶ ରିପ୍ରକାଶ କରିଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ ମହିଳା ଙ୍କ ସୁରକ୍ଷା ପାଇଁ ଥିବା ଆଇନ୍, ଲିଙ୍ଗଗତ ନ୍ୟାୟ ଏବଂ ସମାନତା ଉପରେ ସାମ୍ବିଧାନିକ ବ୍ୟବସ୍ଥା, ଅଭିଯୋଗ କରିବା ଏବଂ ସମାଧାନର ପ୍ରଣାଳୀ ସହିତ ତ ମହିଳାମାନଙ୍କୁ ସହାୟତା ଯୋଗାଇବାର ଉପାୟ ଦୁଇଜଣ ତାଲିମ ଦାତା ସୁଜାତା ମହାପାତ୍ର ଓ ପୂଜାଫୁଲ ପଟ୍ଟନାୟକ ସମସ୍ତଙ୍କୁ ବୁଝାଇଥିଲେ । ଏଥିସହ ସରଫଚ କଟ୍ରିଙ୍ଗିଆ ର ପ୍ରତିଭା କହଁର, କେରେଡିର ବିନିତା କହଁର ଓ ତୁଡିପାଜୁର କୌଶଲ୍ୟା କହଁର ତାଲିମ୍ ରେ ଯୋଗଦେଇ ଲିଙ୍ଗଗତ ବୈଷମ୍ୟ ଏବଂ ଘରୋଇ ହିଂସା ବିରୁଦ୍ଧରେ ସଚେତନତାର ଆବଶ୍ୟକତା ଯଥେଷ୍ଟ ଅଛି ବୋଲି କହିଥିଲେ l ଏଥିସହ ମହିଳା ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେଉଁ କେଉଁ ଅନୁଷ୍ଠାନ ସହ ଯୋଗା ଯୋଗ କରିହେବ ଏବଂ ଅଭିଯୋଗ ଲେଖିବା ଲେଖିବା କୌଶଳ, ପୋଲିସ୍ ନିକଟରେ ଏଫ୍.ଆଇ.ଆର. ଦାଖଲ କରିବାର କ୍ଷମତା ସୃଷ୍ଟି ହୋଇପାରିବ ତାହା ଏହି ତାହା ଏହି ତାଲିମରେ ଲକ୍ଷ୍ୟବୋଲି ଅନୁଷ୍ଠାନର ସଂପାଦକ ହରି ଶଙ୍କର ରାଉତ ପରିପ୍ରକାଶ କରିଥିଲେ । ତାଲିମ ପରିଚାଳନାରେ ରେ ପ୍ରଦୀପ କୁମାର ସ୍ବାଇଁ ଓ ବିଶ୍ଵରଞ୍ଜନ କର ସହଯୋଗ କରିଥିବା ବେଳେ କୋଶାଧକ୍ଷ ସାନ୍ତନୁ କୁମାର ମିଶ୍ର ଅତିଥି ମାନଙ୍କୁ ସ୍ବାଗତ କରିଥିଲେ । ତାଲିମ୍ ଦାତାଙ୍କ ଦ୍ଵାରା ପ୍ରସ୍ତୁତି ସହାୟତା ପୁସ୍ତିକା ମଧ୍ୟ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.