ଗ୍ରାମୀଣ ଡାକ ସେବକଙ୍କ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ…

add-all

ଫୁଲବାଣୀ : ୧୮୫୪ ମସିହାରେ ଭାରତରେ ଡାକ ସେବା ପ୍ରଚଳନ ହୋଇଥିଲା । ୧୮୯୮ ମସିହାରେ ପୂର୍ଣାଙ୍ଗ ଡାକ ସେବା ପ୍ରଚଳନ ହୋଇ ୧୯୩୨ ମସିହାରେ ଡାକ ସେବାକୁ ଗ୍ରାମାଞ୍ଚଳକୁ ସଂପ୍ରସାରଣ କରାଯାଇଥିଲା। ଭାରତ ବର୍ଷର ଗ୍ରାମୀଣ ଡାକ ବିଭାଗରେ ୯୯୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଗ୍ରାମୀଣ ଡାକ ସେବକ କୁହାଯାଉଛି। ଯେଉଁମାନେ ଡାକ ସେବାର ମେରୁଦଣ୍ଡ। ଡିଜିଟାଲ ସେବା ଆରମ୍ଭ ହେବା ପରେ ସେମାନଙ୍କ ଦାୟିତ୍ବ ଅଧିକବଢିଯାଇଛି। ଗ୍ରାମୀଣ ଡାକ ସେବକ ମାନେ ଦୈନିକ ୮ରୁ ୧୦ ଘଣ୍ଟା କାର୍ଯ୍ୟ କରୁଛନ୍ତି। ସେମାନଙ୍କ ସମସ୍ୟା ପ୍ରତି ସରକାର ଧ୍ୟାନ ଦେଉ ନାହାନ୍ତି। ପୂର୍ବରୁ ଅନେକ ଧର୍ମଘଟ, ଅନଶନ, ଧାରଣା ଦେଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନ ନେବାରୁ ୧୨ ତାରିଖ ଠାରୁ ସର୍ବ ଭାରତୀୟ ସ୍ତରରେ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଆରମ୍ଭ ହୋଇଛି। ଦୈନିକ ସେବାକୁ ୮ ଘଣ୍ଟାରେ ସୀମିତ ରଖିବା , ପେନ ଅନସନ ବ୍ୟବସ୍ଥା । ଲାଗୁ କରିବା, ସମୟ ଅନୁଯାୟୀ ପଦୋନ୍ନତି ଦେବା, ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଦେବା ଦାବିରେ ଫୁଲବାଣୀ ଡାକ ମଣ୍ଡଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.